Header ADS

ପୁଣି ଆତଙ୍କ ଖେଳାଇଲା କଳା ରଙ୍ଗର ଥାର୍,

 ପୁଣି ଆତଙ୍କ ଖେଳାଇଲା କଳା ରଙ୍ଗର ଥାର୍, 

ଦୁର୍ଘଟଣାରେ ଚାଲିଗଲା ଦେଢ଼ ବର୍ଷର କୁନି ଝିଅର ଜୀବନ,



ବାଲେଶ୍ଵର,୩/୪(ଓଡ଼ିଶା ଆଦର୍ଶ):ପୁଣି ଆତଙ୍କ ଖେଳାଇଲା କଳା ରଙ୍ଗର ଥାର୍, ଦୁର୍ଘଟଣାରେ ଚାଲିଗଲା ଦେଢ଼ ବର୍ଷର କୁନି ଝିଅର ଜୀବନ, ଆଉ ପାଞ୍ଚ ଜଣ ଗୁରୁତର ହୋଇ ମେଡ଼ିକାଲ୍ ରେ କରୁଛନ୍ତି ଜୀବନ ସହିତ ସଂଘର୍ଷ।ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ଥାର୍ ଗାଡ଼ି ଧକ୍କାରେ ପାଞ୍ଚ ଜଣ ଗୁରୁତର ହୋଇଥିବା ବେଳେ ଚାଲି ଯାଇଛି ଗୋଟିଏ କୁନି ଝିଅର ଜୀବନ। ସୂଚନା ଅନୁଯାୟୀ ଖନ୍ତାପଡ଼ା ଥାନା ଅଧୀନ ଚକଜଗନ୍ନାଥପୁର ଗାଁର ଆଶ୍ରିତା ମହାଳିକ ଓ ତାଙ୍କର ଦୁଇ କୁନି ଝିଅ ଏବଂ ଗାଁ ର ଦୁଇ ମହିଳାଙ୍କ ସହିତ ସୋର ସ୍ଥିତ ଏକ ଘରେଇ ଫାଇନାନ୍ସ କମ୍ପାନୀ କୁ ଯାଇ ଏକ ଅଟୋ ଯୋଗେ ଫେରୁଥିବା ସମୟରେ ୧୬ନମ୍ୱର୍ ଜାତୀୟ ରାଜପଥ ଖନ୍ତାପଡ଼ା ଖୁସୀ ହୋଟେଲ ପାଖରେ ଭୁବନେଶ୍ୱର ପଟୁ ବାଲେଶ୍ଵର ଅଭିମୁଖେ ଆସୁଥିବା ଏକ କଳା ରଙ୍ଗର ଥାର୍ ଗାଡ଼ି ଦୃତ ଗତିରେ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଭାଙ୍ଗିରୁଜି ଯାଇଥିବା ବେଳେ ଡ୍ରାଇଭର ସମେତ ସେଥିରେ ବସିଥିବା ପ୍ୟାସେଞ୍ଜର ଗୁରୁତର ଆହତ ହୋଇଥିଲେ। ରାସ୍ତାରେ ଯାଉଥିବା କିଛି ଲୋକେ ଆହତ ଙ୍କୁ ଉଦ୍ଧାର କରି ସ୍ଥାନୀୟ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ ଚକଜଗନ୍ନାଥପୁର ଗ୍ରାମର ରାଜେନ୍ଦ୍ର ମହାଳିକ ଙ୍କ ପତ୍ନୀ ଆଶ୍ରିତା ମହାଳିକ ଗୁରୁତର ହୋଇଥିବା ବେଳେ ଦେଢ଼ବର୍ଷର ଝିଅ କୁ ଡାକ୍ତର ମୃତ ଘଷଣା କରିଥିଲେ ପରେ ଆଉ ଜଣେ ତିନି ବର୍ଷର କୁନି ଝିଅ ଙ୍କ ସହିତ ଅଟୋ ଚାଳକ ସପନ ରାଉଳ, ପ୍ୟସେଞ୍ଜର ବାସନ୍ତୀ ପ୍ରଧାନ, ସୁମିତ୍ରା ମହାଳିକ ଙ୍କ ସ୍ଵାସ୍ଥ୍ୟ ଅଵସ୍ଥା ଗୁରୁତର ହେବାରୁ ରେମୁଣା ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଳରେ ଉଭୟ ଥାର୍ ଗାଡ଼ି ଓ ଅଟୋ କୁ ଥାନା କୁ ଆଣିବା ସହିତ ଥାର୍ ଗାଡ଼ିରେ ଥିବା ଦୁଇ ଜଣକୁ ଅଟକ ରଖି ତଦନ୍ତ କରୁଛି ଖନ୍ତାପଡ଼ା ପୋଲିସ।



Post a Comment

أحدث أقدم
Header ADS