ନୀଳଗିରି ରେ ଆକାଶରୁ ଖସିଲା ନୀଳ ରଙ୍ଗର ପଥର
ନୀଳଗିରି,୨୧/୫(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଲକ ଛତ୍ରପୁର ଗ୍ରାମର ଜଯନ୍ତ ଦାସଙ୍କ ଘର ଆଜବେଷ୍ଟସ ଛପର ଉପରେ ଗତ ୧୮ ତାରିଖ ସୋମବାର ଅପରାହ୍ନରେ ଏକ ନୀଳ ରଙ୍ଗର ପଥର ଖଣ୍ଡ ପଡିଥିଲା। ଉକ୍ତ ପଥରକୁ ଦେଖି ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇ ପଡ଼ିଥିଲେ। ଯାହାର ଓଜନ ୨୦ ଗ୍ରାମ ହେବ। ଉକ୍ତ ପଥର କଉଠୁଁ ଆସିଲା କେହି କହିପାରୁନଥିବାବେଳେ ଏହା ଏକ ଉଲକା ପିଣ୍ଡର ଭଗ୍ନାବଶେଷ ବୋଲି ଅନୁମାନ କରାଯାଉଛି। ତେବେ ଆଜି ଫକୀର ମୋହନ ବିଶ୍ବ ବିଦ୍ୟାଳୟର ପ୍ରତ୍ନତତ୍ତ୍ଵ ବିଭାଗ ଖବର ପାଇ ଉକ୍ତ ଅଞ୍ଚଳରେ ପହଞ୍ଚି ପଥର କୁ ଯାଞ୍ଚ କରୁଥିବା ସୂଚନା ମିଳିଛି। ତେବେ ନୀଳଗିରି ରେ ନୀଳ ପଥର ପଡ଼ିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ବାସିନ୍ଦା ଏବେ ଆଶ୍ଚର୍ଯ୍ୟ ଚକିତ ହେଉଥିବା ଜଣା ପଡ଼ିଛି।



إرسال تعليق