Header ADS

କ୍ୟାରମ୍ ଖେଳରୁ ମହାଭାରତ, କାମୁଡ଼ି ଛିଣ୍ଡାଇ ଦେଲା ଅଙ୍ଗୁଳି, ଥାନାରେ ଅଭିଯୋଗ।

 କ୍ୟାରମ୍ ଖେଳରୁ ମହାଭାରତ, କାମୁଡ଼ି ଛିଣ୍ଡାଇ ଦେଲା ଅଙ୍ଗୁଳି, ଥାନାରେ ଅଭିଯୋଗ।


ନୀଳଗିରି,୧/୬ (ଓଡ଼ିଶା ଆଦର୍ଶ) ଗତ ରବିବାର ଆଇପିଲ ଫାଇନାଲ ମ୍ୟାଚ୍ ଚାଲିଥିବା ବେଳେ ନିଜ ସାଙ୍ଗ ମାନଙ୍କ ସହିତ ନିଳଗିରି କଦମସାହି ଗ୍ରାମର ସଞ୍ଜୀବ ମେଦିନିରାୟ ଙ୍କ ପୁଅ ଶୋଭନ କ୍ୟାରମ ଖେଳୁଥିଲେ। ରାତି ପ୍ରାୟ ୧୦ଟା ସମୟରେ ଉକ୍ତ ଗ୍ରାମର ଅଭୟ ବେହେରା ହଠାତ୍ ତାଙ୍କ ଘରେ ପ୍ରବେଶ କରି କୌଣସି କାରଣ ନ ଥାଇ ପାଟିତୁଣ୍ଡ କରିବା ସହ ଉତକ୍ଷିପ୍ତ ହୋଇ ଶୋଭନ ର ଆଙ୍ଗୁଳିକୁ କାମୁଡ଼ି ଛିଣ୍ଡାଇ ଦେଇ ଫେରାର ହୋଇଯାଇଥିଲା। ଏନେଇ ଗୁରୁତର ଅବସ୍ଥାରେ ନୀଳଗିରି ମେଡ଼ିକାଲ, ପରେ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏପଟେ ବାପା ସଞ୍ଜୀବ ମେଦିନୀ ରାୟ ନିଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Post a Comment

أحدث أقدم
Header ADS