Header ADS

"ନିଶା ରହୁ ପାଠ ପଢିବାରେ ,ନିଶା ଦ୍ରବ୍ଯରେ ନୁହେଁ"

 "ନିଶା ରହୁ ପାଠ ପଢିବାରେ ,ନିଶା ଦ୍ରବ୍ଯରେ ନୁହେଁ"  



ନୀଳଗିରି,୨/୪(ଓଡ଼ିଶା ଆଦର୍ଶ):ନୀଳଗିରି ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା ସହଯୋଗରେ ଏକ ନିଶା ନିବାରଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ପ୍ରମୁଖ ଶ୍ରୀମତୀ କିରଣ ବାଳା ସେଠୀ ପ୍ରଥମେ ମାନ୍ଯଗଣ୍ଯ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ପରେ ଅତିଥିମାନେ ଚତୂର୍ଦ୍ଧା ମୂର୍ତ୍ତିଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ବଳନ କରିବା ସହିତ ତିଳକ ଓ ଉତ୍ତରୀୟ ଗ୍ରହଣ କରିଥିଲେ। 'ମନା"ର ଅନ୍ଯତମ ସଂପାଦକ ଶ୍ରୀଯୁକ୍ତ ତ୍ରିଦିବ ନାୟକ ସମସ୍ତଙ୍କୁ ନିଶା ଠାରୁ ଦୂରେଇ ରହିବା ପାଇଁ ସତର୍କ କରାଇଥିଲେ। ଅନ୍ଯତମ ସଂପାଦିକା ସୁଶ୍ରୀ ଗୀତାଂଜଳି ସିଂ ନିଶା ପାଠରେ ରହୁ; ସମସ୍ତେ ଅବକାରୀ ଠାରୁ ଦୂରେଇ ରୁହ ବୋଲି ମତବ୍ଯକ୍ତ କରିଥିଲେ। 'ମନା'ର କୋକ୍ଷାଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ ନିଶା କୁ ମନା କରି ଜୀବନ ଜୀଇଁବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। 'ମନା'ର ପ୍ରମୁଖ ସଂପାଦିକା ଶ୍ରୀମତୀ ମମତା ମହାପାତ୍ର ତାଙ୍କର ଦୀକ୍ଷାନ୍ତ ଅଭିଭାଷଣ ରେ ବାଲେଶ୍ଵର ଜିଲ୍ଲା ରେ ପ୍ରବଳ ମାତ୍ରାରେ ନିଶା କାରବାର ଯୁବକ ଯୁବତୀଙ୍କୁ ବାଟବଣା କରୁଛି ବୋଲି ଅତ୍ଯନ୍ତ କ୍ଷୋଭ ପ୍ରକାଶ କରି ଏହାର ଦୂରୀକରଣ ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ବାନ ଜଣାଇ ଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିଶା ନିବାରଣ ଉପରେ ସ୍ଳୋଗାନ ତଥା ସ୍ବାଧୀନ ମତବ୍ଯକ୍ତ ଅତିଥିମାନଙ୍କୁ ଖୁସି କରାଇବା ପାଇଁ ଅଭିପ୍ରେତ ଥିଲା। ଜାତୀୟ ସେବା ସଂସ୍ଥା ର ଅଧିକାରୀ ଶ୍ରୀଯୁକ୍ତ ଭିକାରି ଚରଣ ସାର୍ ତଥା ବାଣିଜ୍ଯ ବିଭାଗର ଅଧ୍ଯାପିକା ଶୁଭଶ୍ରୀ ମାମ୍ ଏଥିରେ ଯୋଗଦାନ କରିଥିଲେ ।ପରିଶେଷରେ ଅଧ୍ଯାପକ ଆଶିଷ କୁମାର ମୁଦୁଲି ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Post a Comment

أحدث أقدم
Header ADS