ବ୍ୟବସାୟୀଙ୍କ ଘରୁ ୫୦ଲକ୍ଷରୁ ଉର୍ଦ୍ଧ୍ବଟଙ୍କାର ସୁନାଅଳଙ୍କାର ଏବଂ ଟଙ୍କାଲୁଟ୍ ଘଟଣାରେ ୩ଅଟକ।
ନୀଳଗିରି ,୩/୪(ଓଡ଼ିଶା ଆଦର୍ଶ):ଗତ ମାର୍ଚ୍ଚ ୨୫ତାରିଖରେ ନୀଳଗିରି ଏନଏସି ଅନ୍ତର୍ଗତ ୯ନଂ ୱାର୍ଡ କାହାଳିଆ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ଗୋବିନ୍ଦା ସିଂହଙ୍କ ଘରେ ୬ଜଣ ଅଜ୍ଞାତଲୁଟେରା ବନ୍ଧୁକ, ତେଲେଙ୍ଗାକଟୁରୀ ଆଦି ମାରଣାସ୍ତ୍ରଦେଖାଇ ପ୍ରାୟ ୩୦ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନାଅଳଙ୍କାର ସହିତ ନଗଦ ୨୦ଲକ୍ଷଟଙ୍କା ଲୁଟିନେଇ ଖସି ପଳାଇ ଯାଇଥିଲେ। ଏନେଇ ନୀଳଗିରି ଥାନାରେ ଅଭିଯୋଗପରେ ପୋଲିସ ସକ୍ରିୟହୋଇ ଲୁଟେରାଙ୍କ ପିଛାକରିଥିଲା। ଆଜି ଉକ୍ତ ଲୁଟେରା ଗ୍ରୁପର ୩ଜଣକୁ ଅଟକରଖି ଅଧିକ ତଦନ୍ତଜାରି ରହିଛି। ସୂଚନା ଅନୁଯାୟୀ ଉକ୍ତରାତି ପ୍ରାୟ ୯.୩୦ସମୟରେ ସିଂହ ପରିବାରର ସମସ୍ତ ସଦସ୍ୟ ଖାଇବାକୁ ବସିଥିବା ବେଳେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରି ଭୟଭୀତକରିବା ସହିତ ଗୋବିନ୍ଦା ସିଂହଙ୍କ ସମେତ ପରିବାରର ଅନ୍ୟମହିଳା ମାନଙ୍କୁ ମୁହଁରେ ବ୍ଲାକଟେପ୍ ଲଗାଇ ମୁହଁବନ୍ଦ କରିବା ସହିତ ସମସ୍ତଙ୍କ ମୋବାଇଲ ଛଡ଼ାଇନେଇଥିଲେ। ପରେ ଗଡରେଜ୍ ଚାବିଭାଙ୍ଗି ପ୍ରାୟ ୨୦ଲକ୍ଷ ଟଙ୍କାର ନଗଦରାଶି ସହ ୩୦ଲକ୍ଷଟଙ୍କାର ସୁନା ଅଳଙ୍କାର ନେଇଯାଇଥିଲେ। ପୋଲିସ ଘଟଣାକୁ ଗୁରୁତରସହ ନେଇ ଅପରାଧୀଙ୍କ ପିଛାକରୁଥିବା ବେଳେ ଗତ ୩ଦିନଧରି ଫୋନଟେପିଂ ମାଧ୍ୟମରେ ଅଜି ୩ଜଣ ଲୁଟେରାଙ୍କୁ ଅଟକରଖି ଥିବା ଜଣାପଡ଼ିଛି। ଅଟକ ଅଭିଯୁକ୍ତ ମଧ୍ୟରୁ ଜଣେ ରେମୁଣା ଅଞ୍ଚଳର ହୋଇଥିବା ବେଳେ ଅନ୍ୟଦୁଇଜଣ ଖନ୍ତାପଡ଼ା ଅଞ୍ଚଳର ବୋଲି ଜଣାପଡିଛି। ତେବେ ଉକ୍ତ ଲୁଟ ଘଟଣାରେ ଖୁବଶୀଘ୍ର ଅନ୍ୟଲୁଟେରା ଧରାଯିବବୋଲି ପୋଲିସ ସୂଚନା ଦେଇଛି।



إرسال تعليق