Header ADS

ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 


ନୀଳଗିରି,୨୯/୩(ଓଡ଼ିଶା ଆଦର୍ଶ): ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡ଼ିଶାର ବିକାଶ ସମ୍ପର୍କରେ ରେ ଆଲୋଚନା କରିବା ସହିତ, ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ, ଓଡି଼ଶା ପ୍ରଦେଶ ଗଠନ, ଓଡିଆ ଅସ୍ମିତାର ସୁରକ୍ଷା, ଓଡ଼ିଶାର କଳା, ସାହିତ୍ୟ, ଶିଳ୍ପ ଓ ସଂସ୍କୃତିର ସଂରକ୍ଷଣ, ସମ୍ବର୍ଶନ, ପ୍ରଚାର ପ୍ରସାର, ସ୍ଵାଧୀନତା ଆନ୍ଦୋଳନ ଜନ ଓ ଦୁର୍ଗତ ମାନବ ସେବା ଆଦି ବହୁବିଧ କ୍ଷେତ୍ରରେ ଅସାଧାରଣ ଯୋଗଦାନ କରିଥିବାରୁ,ଏହି ଦୁଇ ଜଣକ ମଧ୍ୟରୁ କୌଣସି ଜଣଙ୍କୁ 'ଭାରତ ରତ୍ନ' ଉପାଧି ପ୍ରଦାନ ପାଇଁ ନିବେଦନ କରିଥିଲେ । ଉକ୍ତ ବିଷୟରେ ରାଷ୍ଟ୍ରପତି ମହୋଦୟା ବିଚାର କରିବେ ବୋ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏଥି ନିମନ୍ତେ ନିମନ୍ତେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି।

Post a Comment

أحدث أقدم
Header ADS