Header ADS

ନୀଳଗିରି ଓକିଲସଂଘ ନିର୍ବାଚନ

ଚିତ୍ତରଞ୍ଜନ ସଭାପତି, କିଶୋର ସମ୍ପାଦକ ଓ ନୀଳଗିରି ବାରୁ ମିହିର ସଭାପତି, ଶୁଭେନ୍ଦ୍ର ସମ୍ପାଦକ



ନୀଳଗିରି,୨୯/୩(ଓଡ଼ିଶା ଆଦର୍ଶ): ରାଜ୍ୟ ବାର୍ କାଉନସିଲର ନିର୍ଦ୍ଦେଶରେ ଆଜି ସମଗ୍ରରାଜ୍ୟରେ ସମସ୍ତ ଓକିଲ ସଂଘର ନିର୍ବାଚନ ଶେଷହୋଇଛି। ଅନୁରୂପଭାବେ ନୀଳଗିରିର ଉଭୟ ବାର୍ ର ନିର୍ବାଚନ ହୋଇଥିଲା। ତେବେ ପୂର୍ବରୁ ଉପଖଣ୍ଡବାରର ସମସ୍ତ କର୍ମକର୍ତ୍ତା ତଥା ସଦସ୍ୟ ନିଦ୍ଵନ୍ଦରେ ନିର୍ବାଚିତ ହୋଇଥିବାବେଳେ ଆନୁଷ୍ଠାନିକ ଘୋଷଣା ବାକି ରହିଥିଲା। ଉପଖଣ୍ଡ ଓକିଲସଂଘରୁ ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଜୀବି ଚିତ୍ତରଞ୍ଜନ ଷଡ଼ଙ୍ଗୀ ସଭାପତି ଏବଂ କିଶୋର କୁମାର ଦାସ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ସଂଘର ଅନ୍ୟସମସ୍ତ ସଦସ୍ୟ ମଧ୍ଯ ନିନ୍ଦରେ ନିର୍ବାଚିତ ହୋଇଥିଲେ । କାର୍ତିକ କୁମାର ରାଉତ ନିର୍ବାଚନ ଅଧୁକାରୀଭାବେ ପରିଚାଳନା କରିଥିଲେ। ମାତ୍ର ୫୫ ସଦସ୍ୟ ବିଶିଷ୍ଟ ନୀଳଗିରି ଓକିଲ ସଂଘର ସଭାପତି ନିର୍ବାଚନରେ ପ୍ରତିଦ୍ଵନ୍ଦିତା ଦେଖୁବାକୁ ମିଳିଥିଲା। ଏହି ନିର୍ବାଚନରେ ୪୯ଜଣ ଆଇନଜୀବୀ ଭୋଟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ମିହିର କୁମାର ରାଉତ ଏବଂ ସୁନୀଲ ବିଶ୍ଵଳଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲା। ମିହିର କୁମାର ରାଉତ ୩୭ଖଣ୍ଡ ଭୋଟପାଇ ସଭାପତି ନିର୍ବାଚିତ ହୋଇଥିବା ବେଳେ ସୁନୀଲ କୁମାର ବିଶ୍ଵାଳ ୧୨ଖଣ୍ଡ ପାଇ ପରାଜିତ ହୋଇଥିଲେ। ସମ୍ପାଦକ ଭାବେ ଶୁଭେନ୍ଦ୍ର କୁମାର ବିଶ୍ଵାଳ, ଅନନ୍ତ ପ୍ରସାଦ ଉପସଭାପତି, ଶରତ କୁମାର ବେହେରା ସହ-ସଂପାଦକ, କରୁଣାକର ସ୍ଵାଇଁ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟଭାବେ ନିବେଦିତା ଜେନା, ପ୍ରତିମା ମହାନ୍ତି, ରାଜଲକ୍ଷ୍ମୀ ପଟ୍ଟନାୟକ, ପ୍ରଶାନ୍ତ ରଣା ଓ ଶାନ୍ତନୁ କୁମାର ବିଶ୍ଵାଳ ନିଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। ବରିଷ୍ଠ ଆଇନଜୀବି କ୍ଷୀରୋଦ କୁମାର ଦାସ ନିର୍ବାଚନ ପରିଚାଳନା କରିଥିବା ବେଳେ ମିହିର କୁମାର ରାଉତ ବି ବିପୁଳ ଭୋଟରେ ବିଜୟଲାଭ କରିଥିବାରୁ ତାଙ୍କୁ ନୀଳଗିରି ଓକିଲସଂଘ ପକ୍ଷରୁ ଅଭିନନ୍ଦନ ଜଣାଯାଇଥିଲା।t

Post a Comment

أحدث أقدم
Header ADS