Header ADS

ଯୁବକଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ, ମେଡିକାଲ ରେ ଭର୍ତ୍ତି।

 ଯୁବକଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ, ମେଡିକାଲ ରେ ଭର୍ତ୍ତି।


ନୀଳଗିରି,୨୯/୩(ଓଡ଼ିଶା ଆଦର୍ଶ):ସନ୍ତରାଗଡିଆ ଅଞ୍ଚଳରେ ଜୈନିକ ଯୁବକ କୁ ସଂଘବଧ ଆକ୍ରମଣ କରି ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଏନେଇ ନୀଳଗିରି ଥାନାରେ ଅଭିଯୋଗ କରିଥିବାର ଜଣା ପଡ଼ିଛି। ସୂଚନା ଅନୁସାରେ ସନ୍ତରାଗଡିଆ ଶ୍ରୀଦେଇପୁର ଗ୍ରାମର କରୁଣାକର ଦେହୁରି (୩୪) ନିଜ ବାଇକରେ ଗତ ୨୮/୩ ଶନିବାର ଅପରାହ୍ନ ୪ଟା ସମୟରେ ଗାଁ ରାସ୍ତାରେ ଉକ୍ତ ଗ୍ରାମର ରାଜା ପାତ୍ର, ଚିକୁ ପାତ୍ର, ବଳଭଦ୍ର ପାତ୍ର, ମୁନା ପାତ୍ର ମିଳିତ ଭାବେ ତାଙ୍କୁ ଅଟକାଇ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଜୀବନ ବିକଳରେ ଦୌଡ଼ି ପଳାଇ ଯାଉଥିବା ବେଳେ ଉପରୋକ୍ତ ବ୍ୟକ୍ତି ମାନେ ଏକ ଖଣ୍ଡାରେ ଆକ୍ରମଣ କରି ମୁଣ୍ଡ କୁ କ୍ଷତାକ୍ତ କରି ଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ସମସ୍ତେ ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ କରୁଣାକର କୁ ନୀଳଗିରି ମେଡ଼ିକାଲକୁ ଆଣିଥିଲେ। ଏବେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଏନେଇ କରୁଣାକର ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Post a Comment

أحدث أقدم
Header ADS