Header ADS

بلا عنوان

 ନୀଳଗିରିରେ ଝାଡଖଣ୍ଡି ହାତୀ ଉତ୍ପାତ। ଭୟଭୀତ ଅଞ୍ଚଳବାସୀ।


ନୀଳଗିରି ,୨୪/୩(ଓଡ଼ିଶା ଆଦର୍ଶ):ଗତ ଦୁଇଦିନଧରି ଦୁଇଟି ଝାଡଖଣ୍ଡି ହାତୀ ନୀଳଗିରି ଅଞ୍ଚଳକୁ ପଶିଆସିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଦୀର୍ଘ ୧୫ବର୍ଷଧରି ଝାଡଖଣ୍ଡ ଦଲମା ଅଭୟାରଣ୍ୟରୁ ବିରାଟ ହାତୀପଲ ନୀଳଗିରି ଅଞ୍ଚଳକୁ ଆସୁଥିବା ବେଳେ ଚଳିତବର୍ଷ ଅଦିନରେ ଦୁଇଟିଦନ୍ତା ଗତ ରବିବାର ମୟୂରଭଞ୍ଜ ସୀମାନ୍ତ ପାରହୋଇ ପୁନ୍ଦାଳ, କାଂଶ , କାଠଗୋଛି,ଧୋବଶିଳା ହୋଇ ନୀଳଗିରି ସହର ରାଡାର ପାଖରେ ପହଞ୍ଚି ଉପଦ୍ରବ କରୁଥିବା ଦେଖାଯାଇଥିଲା। ନୀଳଗିରି ବନବିଭାଗ ହାତୀଉପରେ ତୀକ୍ଷ୍ମଦୃଷ୍ଟି ରଖିଥିବାବେଳେ ନିକଟବର୍ତ୍ତୀ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରିଥିଲେ ଏଥିସହ ବିଦ୍ୟୁତକାଟ କରାଯାଇଥିଲା।ତେବେ ରାତିରେ ହାତୀଦୁଇଟି ନୀଳଗିରି ଗୁଣ୍ଡିଚାମନ୍ଦିର ପାରହୋଇ ଗାଙ୍ଗପୁରା, ଝୁରେଇବଣୀ, ଦକ୍ଷିଣ ନରସିଂହପୁର ଗ୍ରାମରେ ପଶି ଉପଦ୍ରବ କରୁଥିବା ବେଳେ ସ୍ଥାନୀୟବାସିନ୍ଦା ହାତୀକୁ ଘଉଡାଉଥିବା ବେଳେ ଦନ୍ତାହାତୀ ଦୁଇଟି ଲୋକମାନଙ୍କୁ ପାଲଟା ଆକ୍ରମଣ କରୁଥିବା ଦେଖାଯାଇଛି। ଖବର ପ୍ରସାରଣ ପାଇଁ ଯାଇଥିବା ନିଉଜ - ୭ଏବଂ ପ୍ରମେୟ ନୀଳଗିରି ପ୍ରତିନିଧି ବ୍ରଜକିଶୋର ପାଣି ଅଳ୍ପକେ ହାତୀ ଆକ୍ରମଣରୁ ବର୍ତ୍ତିଯାଇଥିବା ଜାଣିବାକୁ ମିଳିଛି। ଖବର ଲେଖାହେବା ବେଳକୁ ପ୍ରତାପଡ଼ା, ଜୟପୁର, ଜିରିତାଳ ହୋଇ ଖୁମକୁଟ ନିକଟରେ ଥିବା ଜଣାଯାଇଛି। ଉଭୟ ହାତୀ ଓ ଜନସାଧାରଣଙ୍କ ଜୀବନପ୍ରତି ବିପଦ ଥିବାରୁ ତୁରନ୍ତ ହାତୀଗୁଡ଼ିକୁ ଘଉଡାଇବାକୁ ବନବିଭାଗ ଯତ୍ନବାନ ହେବାକୁ ସାଧାରଣରେ ଦାବୀହୋଇଛି।

Post a Comment

أحدث أقدم
Header ADS