ମହୋତ୍ସବ ହିଁ ସୃଷ୍ଟି କରିଥାଏ ଭାଇଚାରା ଓ ଏକତାର ସେତୁ ବନ୍ଧ, ସ୍ଵର୍ଣ୍ଣଚୁଡ ଯୁବ ମହୋତ୍ସବର ତୃତୀୟ ସନ୍ଧ୍ୟା।
ନିଳଗିରି,୩୧/୩(ଓଡ଼ିଶା ଆଦର୍ଶ):ଆଜିର ଯୁବ ସମାଜକୁ ଏକତାର ଡୋରୀରେ ବାନ୍ଧିବା ସହ ଭାଇଚାରା ସୃଷ୍ଟି କରିଥାଏ ବୋଲି ସ୍ଵର୍ଣ୍ଣଚୁଡ ଯୁବ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟବକ୍ତା ଭାବେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ମଞ୍ଚାଷିନ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଞ୍ଚଷିନ ରହି ଏଭଳି ମହୋତ୍ସବ ନିଆରା ବୋଲି ପ୍ରକାଶ କରିବା ସହ ଶହ ଶହ ମହିଳା ଯୁବତୀ ସଭ୍ୟ ରହିଥିବା ଜାଣି ମୁଁ ନିଜକୁ ଧନ୍ୟ ମନେ କରୁଛି। ଯୁବ ଗୋଷ୍ଟି ହିଁ ସମାଜର ମେରୁଦଣ୍ଡ ବୋଲି ପ୍ରକାଶ କରିଥିଲେ। ମହୋତ୍ସବ କମିଟିର ସଭାପତି ସବ୍ୟସାଚି ମହାପାତ୍ର ନିଜ ଅଭିଭାଷଣରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ମହୋତ୍ସବ କମିଟି କୁ ଅତୁଳନୀୟ ଅବଦାନ ରହିଛି ବୋଲି ପ୍ରକାଶ କରିଥିଲେ। ଭାସ୍କର ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମଧ୍ୟରାତ୍ର ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କମିଟିର ସମସ୍ତ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।



إرسال تعليق