ଧାନ ଉଠାଣ ବିଳମ୍ବ ନେଇ, ଧାନ କିଣା ଦାବିରେ ରାସ୍ତାରୋକ।
ନୀଳଗିରି,୩୧/୩(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକରେ ଏବେ ବିଭିନ୍ନ ସ୍ଥାନରେ ଧାନ କିଣା କୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଧାନ କିଣାରେ ମାସ ମାସ ଧରି ଚାଷୀ ଧାନ ବିଭିନ୍ନ ସମିତିରେ ରଖିଥିବା ବେଳେ ସରକାର ସେମାନଙ୍କର ଧାନକୁ କ୍ରୟ କରୁନଥିବା ରୁ ମଙ୍ଗଳବାର ଦିନ ଅପରାହ୍ନ ମିତ୍ରପୁର ଛକରେ ଚାଷୀମାନେ ଟାୟାର ଜାଳି ରାସ୍ତରୋକ କରିଛନ୍ତି। ଦୀର୍ଘ ୩ ଘଣ୍ଟା ଧରି ରାଜରାସ୍ତା ଅବରୋଧ ହୋଇ ଯିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲା।ତୁରନ୍ତ ସରକାର ଚାଷୀମାନଙ୍କ ର ଧାନ କ୍ରୟ କରନ୍ତୁ ବୋଲି ଦାବୀ ରଖିଥିବା ବେଳେ ଏବେ ଚାଷୀମାନଙ୍କର ଟୋକନ୍ କଟିବାକୁ ବସିଲାଣି। ଖରା ବର୍ଷାରେ ଧାନ ସମିତିରେ ପଡ଼ିଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନଥିବା ବେଳେ ଚାଷୀ ଏହାକୁ କେନ୍ଦ୍ରକରି ରାସ୍ତାରୋକ କରିଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଖବର ଲେଖିବା ବେଳକୁ ରାସ୍ତା ଅବରୋଧ କରିଥିବା ଚାଷୀଙ୍କ ସମସ୍ୟାକୁ ସମାଧାନ ପାଇଁ ଘଟଣାସ୍ଥଳ କୈଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ବେଳେ ରାସ୍ତାରୋକ ଜାରି ରହିଥିଲା।



إرسال تعليق