Header ADS

ଉପଖଣ୍ଡ ସ୍ତରୀୟ ୯୧ତମ ଓଡ଼ିଶା ଦିବସ ମହାସମାରୋହରେ ପାଳିତ।

 ଉପଖଣ୍ଡ ସ୍ତରୀୟ ୯୧ତମ ଓଡ଼ିଶା ଦିବସ ମହାସମାରୋହରେ ପାଳିତ।


ନୀଳଗିରି,୧/୪(ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡ ସଦର ମହକୁମା ପି ଏମ ଶ୍ରୀ କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ୯୧ତମ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ମହାନ ଐତିହାସିକ ପବିତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳରେ ଡାକ ବାଜି ଯନ୍ତ୍ର ଯୋଗେ ପ୍ରତ୍ୟୁଷ ଘ.୪ଟୀକା ସମୟରେ "ବନ୍ଦେ ଉତ୍କଳ ଜନନୀ" ବନ୍ଦନା ପ୍ରଚାର କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ସକାଳ ଘ୬.୩୦ ଟୀକା ସମୟରେ ଏନ୍.ଏ. ସି ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସଙ୍ଗୀତ ଗାନ ଏବଂ ସ୍ଲୋଗାନରେ ପ୍ରଭାତ ଫେରିରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମ୍ମିଳିତ ହୋଇ ଥିଲେଏବଂ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ସ୍ଥାନୀୟ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ସମେତ ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବି ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ। ତତ୍ ପରେ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ବରେଣ୍ୟ ଅତିଥି ଗଣ ପି ଏମ ଶ୍ରୀ କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଏବଂ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ୱସ୍ଥ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଗଣ ଦିବସ ପାଳନର ଆନୁଷ୍ଠାନିକ ଉତ୍ସବ ପି ଏମ ଶ୍ରୀ କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଓଡ଼ିଶା ରାଷ୍ଟ୍ର ଗଠନର ମହାନ ମନୀଷୀ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ବିଦ୍ୟାଳୟ ପରିସରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବରପୁତ୍ର ମାନଙ୍କ ଫୋଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ, ପୁଷ୍ପାର୍ଘ ଧୂପ ଦୀପ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।ସାଧାରଣ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉତ୍କଳ ବନ୍ଦନା ଏବଂ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଦିବସରେ ଆୟୋଜିତ ସଭାରେ ପି ଏମ ଶ୍ରୀ କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୌଶିକ ଦାସ ପୌରୋହିତ୍ୟ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ ବରେଣ୍ୟ ସମ୍ମାନୀତ ଅତିଥି ମାନଙ୍କ ପରିଚୟ ସ୍ଵାଗତ ସମ୍ବର୍ଦ୍ଧନା ଏବଂ ଦିବସ ପାଳନ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏହି ପବିତ୍ର ଦିବସ ପାଳନର ଦିବସ ବ୍ୟାପୀ କାର୍ଯ୍ଯକ୍ରମର ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା ଅନ୍ୟାନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଏନ. ଏ. ସି କାର୍ଯ୍ୟ ନିର୍ବାହୀ ଭାରାପ୍ରାପ୍ତ ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, ଆଇନଜୀବୀ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ନୀଳଗିରି ଡେପୁଟୀ କଲେକ୍ଟର ଦେବୀଦତ୍ତ ପ୍ରୀତି ରଞ୍ଜନ ବେହେରା ସମଗ୍ର ଭାରତ ବର୍ଷରେ ଓଡ଼ିଶା ଭାଷା ଭିତ୍ତିକ ରାଷ୍ଟ୍ର ଗଠନ ହେବାରେ ପ୍ରଥମ, ରାଷ୍ଟ୍ର ଗଠନର ମହାନ ମନୀଷ ବରପୁତ୍ର ମାନଙ୍କ ସମ୍ପର୍କରେ ସମ୍ୟକ୍ ବକ୍ତବ୍ୟ ରଖି ଥିଲେ। ଦିବସର ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ରାଷ୍ଟ୍ର ଗଠନର ନାୟକ ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଐତିହାସିକ ପବିତ୍ର ଦିବସ ପାଳନ ଅବସରରେ ଉପଖଣ୍ଡ ସ୍ତରୀୟ ସମସ୍ତ ବିଭାଗୀୟ ପଦାଧିକାରୀଙ୍କ ମଧ୍ୟରେ ତହସିଲର ଶ୍ରୀମତୀ ସୋନମ ଦାସ, ସହକାରୀ ଜିଲ୍ଲାପାଳ ରଂଜନ ସେନାପତି, ସହକାରୀ ଜିଲ୍ଲାପାଳ ପ୍ରଦୀପ କୁମାର ଦାସ, ଏନ୍.ଏ.ସି.ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ା, ଅତିରିକ୍ତ ତହସିଲଦାର ଶୁଭଶ୍ରୀ ଜେନା, ସହକାରୀ ଗୋଷ୍ଠୀ ଶିକ୍ଷାଧିକରୀ ଶ୍ରୀଯୁକ୍ତ ଲମ୍ବୋଦର ସିଂ ନୀଳଗିରି ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉତ୍ସବରେ ସାମିଲ ହୋଇ ସଫଳ କରିଥିବାରୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଶ୍ୱାଳ ସମସ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

أحدث أقدم
Header ADS