କୁଲଡିହାରୁ ୬ଶିକାରୀ ଗିରଫ ।ଗିରଫ ଶିକାରୀ ଙ୍କ ମଧ୍ୟରୁ ଜଣେ ଶିକ୍ଷକ ରହିଥିବା ସୂଚନା।
ନୀଳଗିରି,୪/୨ (ଓଡ଼ଶା ଆଦର୍ଶ):ନୀଳଗିରି କୁଳଡିହା ବନବିଭାଗ ଦ୍ବାରା ଚଢ଼ଉ ଜାରି ରହିଥିବା ବେଳେ ଅଧିକାଂଶ ସମୟରେ ଶିକାରୀ ଧରାପଡ଼ିବା ଏବଂ ଗିରଫ ହେବା ସାମ୍ନାକୁ ଆସିଛି I ଗତ ଜାନୁଆରୀ ୨୨ତାରିଖ ଦୁଇ ଶିକାରୀ, ୨୯ ତାରିଖରେ ଜଣେ ଶିକାରୀ ଫେବୃୟାରୀ ୨ ତାରିଖରେ ୨ ଶିକାରୀ କୁ ବନବିଭାଗ ଗିରଫ କରିଥିବା ବେଳେ ଶିକାରୀ ସଂଖ୍ୟା ୧୧କୁ ଟପିଛି ।ଏକ ଆଶ୍ଚର୍ଯ୍ୟର କଥା ବୁଧବାର ଗିରଫ ହୋଇଥିବା ୬ ଶିକାରୀଙ୍କ ମଧ୍ୟରୁ ଜଣେ ସରକାରୀ ବିଦ୍ୟାଳୟର ସହକାରୀ ଶିକ୍ଷକ ଙ୍କ ଶିକାର ସମ୍ପୃକ୍ତିକୁ ନେଇ ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ଛି । ଏହି ଗିରଫ ୬ ଶିକାରୀଙ୍କ ନାମରେ ୧୭ କେ ୨୦୨୫/୨୬ ରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି |ସେମାନଙ୍କ ନିକଟରୁ ୧୩ଟି ବଜ୍ରକାପ୍ତା କାତି, ୮ଟି ମୋବାଇଲ ଫୋନ ସହ ୩ ୩ଟି ବାଇକ ଜବତ କରାଯାଇଛି। ତେବେ ତଦନ୍ତକୁ ବାଟବଣା ନ କରିବା ପାଇଁ ସମସ୍ତଙ୍କ ନାମ ଓ ଠିକଣା ଗୋପନ ରଖା ଯାଇଥିବା କୁଳଡ଼ିହା ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।



إرسال تعليق