ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଆୟୋଜନ ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୀଳଗିରି ,୪/୨(ଓଡ଼ିଶା ଆଦର୍ଶ):ଅଦ୍ୟ ଅପରାହ୍ନ ଘ ୫ଟୀକା ସମୟରେ ସ୍ଥାନୀୟ ଆର .ଏମ. ସି.ଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ସମତା ମହାନ୍ତ ବିଗତ ବୈଠକର ବିବରଣୀ ଅନୁଯାୟୀ ଉପଜିଲ୍ଲାପାଳ ତଥା ଅଧକ୍ଷଶ୍ରୀମତୀ ଶୁଭଶ୍ରୀ ରଥ ସବିଶେଷ ଆଲୋଚନା କରିବା ସହିତ ସମସ୍ତ କାର୍ଯ୍ୟଧାରାକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି ମଧ୍ୟ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ତିନି ଦିନିଆ ଚଳିତ ଫେବୃଆରୀ ମାସ ୯ତାରିଖ ରୁ ୧୧ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଷ୍ଟାଡିୟମ ପଡିଆରେ ଆୟୋଜନ ନିମନ୍ତେ ଧାର୍ଯ୍ୟ କରାଯାଇଛି।ଏହି ମେଳାରେ କୃଷି ସମ୍ବୋଧିତ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ସୁଲଭ ମୂଲ୍ୟରେ ଏବଂ ରିହାତି ଦରରେ ଯୋଗାଇ ଦେବା ଏହାର ମୁଖ୍ୟ ଆଭିମୁଖ୍ୟ।ଏଥିରେ କୃଷି ଭିତ୍ତିକ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ସହିତ ବିଭିନ୍ନ କୃଷି ଯନ୍ତ୍ରପାତି ଉତ୍ପାଦକ ସଂସ୍ଥାମାନଙ୍କୁ ସାମିଲ କରାଯିବା ପାଇଁ ସିଦ୍ଧାନ୍ତ କରାଯାଇଛି। ଏତଦ୍ ଭିନ୍ନ ଉଭୟ ନିଳଗିରି ଓ ଔପଦା ବ୍ଲକର ୫୦୦ ଅଗ୍ରଣୀ କୃଷକମାନଙ୍କୁ ନେଇ ଆଲୋଚନା ଚକ୍ର କରାଯିବା ସଙ୍ଗେ ସଙ୍ଗେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।ଏହି ବୈଠକରେ ସହକାରୀ ଉପ ନିର୍ଦ୍ଦେଶକ କୃଷି ଉଦ୍ୟାନ ବିଭାଗ ଶ୍ରୀଯୁକ୍ତ ଗୋପୀନାଥ କର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ବିଶ୍ଵାଳ ସମେତ ଉଭୟ ବ୍ଲକର କୃଷି ସମ୍ବୋଧିତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ଥିଲେ।



إرسال تعليق