ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହି ଗୁରୁତର।
ନୀଳଗିରି,୬/୨(ଓଡ଼ଶା ଆଦର୍ଶ): ଅଜଣା ବୋଲେରୋ ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହି ଗୁରୁତର ହୋଇ ମେଡ଼ିକାଲ୍ ରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି।ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ପୋଡ଼ାଶୁଳ ଛକ ଠାରେ ନୀଳଗିରି ଥାନା ଅଧୀନ ଗୋଡ଼ିଶୁଳ ଗ୍ରାମର ଜିତେନ୍ଦ୍ର ସିଂ ଏବଂ ଉକ୍ତ ଗ୍ରାମର ସନ୍ତୋଷ ସିଂ ଦୁଇଜଣ ଏକ ବାଇକ୍ ଯୋଗେ ନୀଳଗିରି ଯାଉଥିଲେ, ଯିବା ବାଟରେ ରାଜ୍ୟ ରାଜପଥ ଶେରଗଡ଼ - ଝରଣାଘାଟି ରାସ୍ତା ପୋଡ଼ାଶୁଳ ଛକ ଠାରେ ବିପରୀତ ଦିଗରୁ ଦୃତ ଗତିରେ ଏକ ଅଜଣା ବୋଲେର ଗାଡ଼ି ବାଇକ୍ କୁ ସାମ୍ନା ପଟୁ ଧକ୍କା ଦେଇଥିଲା ଫଳରେ ବାଇକ୍ ରେ ଥିବା ଦୁଇ ଜଣ ଅନତି ଦୂରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇ ଅଜଣା ବୋଲେରୋ ଗାଡିଟି ଘଟଣା ସ୍ଥଳରୁ ଖସି ଯାଇଥିବା ବେଳେ ସ୍ଥାନୀୟ ଲୋକେ ୧୧୨କୁ କଲ୍ କରି ଜଣାଇବା ସହିତ ଗୁରୁତର ଦୁଇ ବାଇକ୍ ଆରୋହି ଙ୍କୁ ଅଗ୍ନିଶମ ଗାଡ଼ିରେ ନୀଳଗିରି ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ। ଡାକ୍ତର ଉଭୟ ଗୁରୁତର ଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିବା ଜଣା ପଡିଛି। ଅନ୍ୟପଟେ ଦୁର୍ଘଟଣା ସ୍ଥଳରୁ ବାଇକ୍ କୁ ଜବତ କରି ଅଧିକ୍ ତଦନ୍ତ କରୁଛି ନୀଳଗିରି ପୋଲିସ।



إرسال تعليق