ଦୁଇ ଧଳା ଜହର ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ। ୧୮ଲକ୍ଷ ଟଙ୍କାର ଧଳା ଜହର ସମେତ ସ୍କୁଟି ଜବତ।
ନୀଳଗିରି ,୪/୧(ଓଡ଼ିଶା ଆଦର୍ଶ): ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ କରି ୨ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୮ଲକ୍ଷ ଟଙ୍କାର ଧଳା ଜହର ସହ ଏକ ଏଲେକ୍ଟ୍ରି ସ୍କୁଟି କୁ ଜବତ କରାଯାଇଛି । ସୂଚନା ଅନୁଯାୟୀ ନୀଳଗିରି ଅବକାରୀ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ ଏବଂ ଓଆଇସି ମନୋଜ ସାହୁ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଏକ ସ୍ୱତନ୍ତ୍ର ଟିମ ନୀଳଗିରି ଉପଖଣ୍ଡ ଔପଦା ଥାନା ଅଞ୍ଚଳରେ ଚଢ଼ଉ କରିଥିଲା । ଅବକାରୀ ବିଭାଗର ଏହି ସ୍ଵତନ୍ତ୍ର ଟିମ୍ ସାଧା ପୋଷାକରେ ଗ୍ରାହକ ର ପରିଚୟ ଦେଇ ଖଇରା ଥାନା ରାମଚନ୍ଦ୍ରପୁର ଗାଁର ରାଜୀବ ପାତ୍ର(୨୮) ଓ ସହଯୋଗୀ ତଥା ଔପଦା ଥାନା ପାଟପୁର ଅଞ୍ଚଳର ଶୁଭମ ଦଳେଇ(୨୭)ଙ୍କୁ କଲେଜ ଛକରେ ମାଡ଼ି ବସିଥିଲେ । ସେମାନଙ୍କ ଠାରୁ ୧୮୦ଗ୍ରାମ ବ୍ରାଉନସୁଗାର ସହ ବେପାରରେ ବ୍ୟବହୃତ ଏଲେକ୍ଟ୍ରୀ ସ୍କୁଟିକୁ ମଧ୍ଯ ଜବତ କରାଯାଇଛି ।ଏହି ଚଢାଉରେ ଅବକାରୀ କନଷ୍ଟେବଳ ତପନ ମଲିକ, ସନ୍ତୋଷ ବେହେରା, କାଜୋଲ ପ୍ରିୟଦର୍ଶିନୀ ପ୍ରମୁଖ ସାମିଲ ଥିଲେ । ବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ ରାତିରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।



إرسال تعليق