Header ADS

ବରହମପୁରରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ,ମଧୁପୁରା ଚମ୍ପିଆନ

 ବରହମପୁରରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ,ମଧୁପୁରା ଚମ୍ପିଆନ


ନୀଳଗିରି,୨/୧(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକ ବରହମପୁର ମିନି ଷ୍ଟାଡିୟମରେ ସ୍ଥାନୀୟ ଭଲିବଲ କ୍ଲବ ପକ୍ଷରୁ ଏକ ଦିବାରାତ୍ରୀ ଭଲିବଲ ଟୁର୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ।ସମସ୍ତ ମ୍ୟାଚ ନକଆଉଟ ହୋଇଥିବା ବେଳେ ଫାଇନାଲ ମ୍ୟାଚଟି ମଧୁପୁରା ଓ ବାଲେଶ୍ବର ପୋଲିସ ମଧ୍ୟରେ ଖେଳା ଯାଇଥିଲା।ମଧୁପୁରା ଦଳ ସୁନ୍ଦର ଖେଳ ପ୍ରଦର୍ଶନ କରି ୨୪-୧୩,୨୪-୨୧ ର ଦୁଇଟି ସେଟ୍ ରେ ବାଲେଶ୍ବର ପୋଲିସକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା।ଏହି ପ୍ରତିଯୋଗିତାକୁ ବରହମପୁର ଭଲିବଲ କ୍ଲବର ସୀତାରାମ ପସା,ପ୍ରୀତିରଞ୍ଜନ ମଲ୍ଲିକ ,ତନ୍ମୟ ବେହେରା,ଶଙ୍କର୍ଷଣ ପସା,ଚିନ୍ମୟ ବେହେରା,ନରେଶ ବେହେରା,ଅନୀଲ ମହାପାତ୍ର,ରୂପକ ପସା,ରତ୍ନାକର ମହୁରିଆ,ପଦ୍ମଲୋଚନ ମହାପାତ୍ର,ସଞ୍ଜୀବ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ।

Post a Comment

أحدث أقدم
Header ADS