Header ADS

ବିପୁଳ ପରିମାଣର ନକଲି ବିଦେଶୀମଦ ଏବଂ ସରଞ୍ଜାମ ସହ ଜଣେ ଗିରଫ

 ବିପୁଳ ପରିମାଣର ନକଲି ବିଦେଶୀମଦ ଏବଂ ସରଞ୍ଜାମ ସହ ଜଣେ ଗିରଫ



ନୀଳଗିରି,୨୦/୯(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ ବଡପୋଖରୀ ମାର୍କେଟ ନିକଟରେ ଦୀର୍ଘଦିନ ଧରି ଚାଲିଆସୁଥିବା ଏକ ନକଲି ବିଦେଶୀମଦ କାରଖାନାକୁ ନୀଳଗିରି ଅବକାରୀବିଭାଗ ଜବତ କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଅବକାରୀ ଇନ୍ସପେକ୍ଟର କେଶବଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଦିନପ୍ରାୟ ୧୧.୩୦ସମୟରେ ବଡପୋଖରୀ ମାର୍କେଟରେ ପହଞ୍ଚି ଉକ୍ତ ଗ୍ରାମର ସ୍ୱର୍ଗତ ଶ୍ୟାମସୁନ୍ଦର ବେହେରାଙ୍କ ପୁଅ ମନୋଜ କୁମାର ବେହେରା(୩୩) କୁ ଗିରଫକରିବା ସହିତ ୧୦୦ଲିଟର ସ୍ପିରିଟ, ୩୬ଲିଟର ନକଲି ବିଦେଶୀମଦ, ୧୨୦ଟି ଖାଲିବୋତଲ, ୧୩୦ଟି ସୋଲଠିପି, ଠିପି, ନକଲି ଲେବୁଲ ଆଦି ବିଭିନ୍ନ ନକଲି ମଦତିଆରି ସରଞ୍ଜାମ ଜବଦ ସହ ଗୋଟିଏ ଟାଟା ଇଣ୍ଡିଗୋ ଇସିଏସ ଏଲ୍ଏକ୍ସ କାର ଜବତକରି ଅଭିଯୁକ୍ତ ମନୋଜକୁ କୋର୍ଟଚାଲାଣ କରାଯାଇଛି। ତେବେ ଆଗକୁ ପାର୍ବଣଋତୁ ଆସୁଥିବା ବେଳେ, ନୀଳଗିରି ଅଞ୍ଚଳରେ ଏଭଳି ନକଲି ମଦବେପାରୀ, ନିଶାବେପାରୀ ରାକେଟ ସକ୍ରିୟ ହୋଇଥିବାରୁ ଅବକାରୀ ବିଭାଗ ଏଥିପ୍ରତି ଯତ୍ନବାନ ହେବାକୁ ସାଧାରଣରେ ଦାବୀ ହୋଇଛି।

Post a Comment

أحدث أقدم
Header ADS