ଗୋରୁ ଗାଡି ଅଟକାଇଲେ ସ୍ଥାନୀୟ ଯୁବକ
ନୀଳଗିରି,୨୦/୯(ଓଡ଼ିଶା ଆଦର୍ଶ):ନୀଳଗିରି ଅଞ୍ଚଳରେ ଚୋରା ଗୋରୁ ଚାଲାଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୋର ସମୟରେ ମୟୁରଭଞ୍ଜ ଜିଲ୍ଲା ସାଇଁକୁଳା ଅଞ୍ଚଳରୁ କିଛି ଗୋ - ମାଫିଆ ଗୋରୁ ଚୋରି କରି ଗାଡ଼ିରେ ନେଉଥିବା ବେଳେ, କାଂଶ ଅଞ୍ଚଳର କିଛି ଯୁବକ ତାଙ୍କୁ ପିଛା କରିଥିଲେ।କିଛି ଗାଡି ଖସି ଯାଇଥିବା ବେଳେ ଗୋଟିଏ ଗାଡି ବାଲିପାଳ ଠାରେ,ଯୁବକ ମାନେ ଅଟକାଇବାରେ ସଫଳ ହୋଇଥିଲେ।ପରେ ନୀଳଗିରି ପୋଲିସଙ୍କୁ ଖବର ଦେବାପରେ, ଆଇଆଇସି ଗୋବର୍ଦ୍ଧନ ନାୟକ ଫୋର୍ସ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣା ସ୍ଥଳ ରୁ ଗୋରୁ ବୋଝେଇ ଗାଡିଟିକୁ ଜବତ କରି ନୀଳଗିରି ଥାନାକୁ ଆଣିଛନ୍ତି।ଦୁଇଜଣ ଅଭିଯୁକ୍ତ ଅଟକ ଥିବାବେଳେ, ତଦନ୍ତ ଜାରୀରହିଛି।ଗୋରୁ ଗୁଡିକ ସ୍ଥାନୀୟ ଗୋଶାଳା କୁ ପଠାଯିବ ବୋଲି ପୋଲିସ ସୂଚନା ରୁ ଜଣାଯାଇଛି।



إرسال تعليق