Header ADS

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର ଏକ ଆହତ

 ସଡ଼କ ଦୁର୍ଘଟଣା ରେ ଦୁଇ ଗୁରୁତର ଏକ ଆହତ



ନୀଳଗିରି,୨୧/୯(ଓଡ଼ିଶା ଆଦର୍ଶ):ଭୟଙ୍କର ରାସ୍ତା ଦୁର୍ଘଟଣା ରେ ଦୁଇ ଗୁରୁତର ଏକ ଆହତ ହୋଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ହେଉ ଥିବା ବେଳେ ଦୁଇ ଜଣ ଗୁରୁତର ଙ୍କୁ ଏଫ୍ ଏମ ମେଡିକାଲ କଲେଜ କୁ ରେଫର କରାଯାଇଛି।ସୂଚନା ରୁ ଜଣାଯାଇଛି,ବାଲେଶ୍ଵର ଗୁଡିପଦା ର ଶକ୍ତି ସ୍ବାଇଁ ବ(୨୧)ର୍ଷ ଓ ଭାସ୍କରଗଞ୍ଜ ର ସରୋଜ ବେହେରା ବ(୨୪)ବର୍ଷ ,ଏକ କେଟିଏମ୍ ବାଇକ୍ ଯାହାର ନମ୍ୱର୍ ଓଡ଼ି - ୦୧- ଏ ବି -୨୮୦୭ ରେ ବାଲେଶ୍ଵର ପଟୁ ନୀଳଗିରି ଜାମୁଢ଼ିଆ ଅଜା ଘରକୁ ଦ୍ରୁତ ଗତି ରେ ଯାଉଥିବା ସମୟ ରେ ବାଲିଗୋହିରି ନିକଟସ୍ଥ ଆକ୍ସିସ ବ୍ୟାଙ୍କ୍ ସାମ୍ନା ରେ,ନୀଳଗିରି ସିମୁଳିଆ ଗାଁ ର ନୃସିଂହ ବାରିକ ଙ୍କ ପୁଅ ରବୀନ୍ଦ୍ର ବାରିକ(୩୫)ଙ୍କୁ ଧକ୍କା ଦେଇ ରାସ୍ତା ଉପରେ ପଡ଼ିଯାଇ ଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଏକ ଅଟୋ ରେ ଡ଼ାକ୍ତର ଖାନା ଆଣୁଥିବା ବେଳେ,ନୀଳଗିରି ଥାନା ଆଇ ଆଇ ସି ଗୋବର୍ଦ୍ଧନ ନାୟକ ଘଟଣା ସ୍ଥଳ ରେପହଞ୍ଚି ଗୁରୁତର ଙ୍କ ସହିତ ଡ଼ାକ୍ତରଖାନା ରେ ଚିକିତ୍ସା ବ୍ୟବସ୍ଥା ଦେଖିବା ସହିତ ଦୁଇ ଗୁରୁତର ଙ୍କୁ ଏଫ୍ ଏମ  ମେଡିକାଲ୍ କଲେଜ କୁ ପଠାଇବାର ବ୍ୟବସ୍ଥା କରି ଗାଡ଼ି ଜବତ କରି ତଦନ୍ତ ଜାରି ରଖି ଥିବା ଜଣାଯାଇଛି।

Post a Comment

أحدث أقدم
Header ADS