Header ADS

ନୀଳଗିରି ବିଡ଼ିଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ଜିପିଏଲଏଫ୍ କର୍ମୀଙ୍କ ଧାରଣା।

 ନୀଳଗିରି ବିଡ଼ିଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ଜିପିଏଲଏଫ୍ କର୍ମୀଙ୍କ ଧାରଣା।


ନୀଳଗିରି,୨୨/୯(ଓଡ଼ିଶା ଆଦର୍ଶ):ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ କର୍ମୀସଂଘ ଡାକରାରେ ଓଡିଶାର ୩୦ଟି ଜିଲ୍ଲାର ୩୧୪ଟି ବ୍ଲକରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟ୍ ସପୋର୍ଟ ଷ୍ଟାଫ ଆଜିଠାରୁ ପ୍ରତ୍ୟେକ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଅନୁରୂପ ଭାବେ ନୀଳଗିରି ବ୍ଲକର ୨୫ଗୋଟି ପଞ୍ଚାୟତର ସମସ୍ତ ଜିପିଏଲ୍ଏଫ୍ କର୍ମୀ ଓଏଲଏମ ଅଫିସରେ ତାଲାପକାଇ ନୀଳଗିରି ବିଡ଼ିଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ୨୦୧୨ମସିହାରୁ ସମସ୍ତ କମ୍ୟୁନିଟ ସପୋର୍ଟ ଷ୍ଟାଫଙ୍କୁ ପୂର୍ବ ରାଜ୍ୟସରକାର ପୂର୍ବରୁ ପ୍ରଦାନ କରାଯାଉଥିବା ସ୍ଥାୟୀ ପାରିଶ୍ରମିକକୁ ବର୍ତ୍ତମାନର ରାଜ୍ୟସରକାର କାର୍ଯ୍ୟକାରୀ କରିବା ସହିତ ନୂତନକରି କାର୍ଯ୍ୟକାରୀ କରିଥିବା ପାରିଶ୍ରମିକ ଉଚ୍ଛେଦ କରିବାକୁ ଦାବି କରିଛନ୍ତି। ଏହାସହିତ ସିଆରପି ମାନଙ୍କୁ ରେଭନ୍ୟୁ ୱାଇଜ ନକରି ପୂର୍ବରୁ କାର୍ଯ୍ୟକରୁଥିବା ଆଞ୍ଚଳିକ ବ୍ୟବସ୍ଥାରେ କାମକରିବାକୁ ଦାବୀ କରାଯାଇଥିବା ସୂଚନା ଦେଇଛନ୍ତି। ନୀଳଗିରି ବ୍ଲକ୍ ଜିପିଏଲ୍ଏଫ୍ ସଭାପତି ସେବାଶ୍ରୀ ବାରିକଙ୍କ ନେତୃତ୍ୱରେ ୫ଗୋଟି କ୍ୟାଡ଼ର ଯଥା:-ଏମବିକେ, ସିଆରପି, ବ୍ୟାଙ୍କମିତ୍ର,ପ୍ରାଣୀମିତ୍ର, କୃଷିମିତ୍ରର ଏହି ଧାରଣାରେ ସାମିଲ ହୋଇଥିଲେ। ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ୧୫ତାରିଖରେ ଅଲ୍ ଓଡିଶା ଜିପିଏଲ୍ଏଫ୍ କର୍ମୀ ସଂଘ ତରଫରୁ ବିଭାଗୀୟ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ୬ମାସ ପୂର୍ବରୁ ଏନେଇ ରାଜ୍ୟସରକାର,ବିଡ଼ିଓ,ଜିଲ୍ଲାପଳ, ଏସଏମଡି, ମିଶନଶକ୍ତି ମନ୍ତ୍ରୀ ପ୍ରମୁଖଙ୍କୁ ଅବଗତ କରାଯାଇ ସମସ୍ୟାର ସମାଧାନ ପାଇଁ ଦାବୀ କରାଯାଇଥିଲା। ମାତ୍ର ପ୍ରଶାସନ କିମ୍ବା ରାଜ୍ୟସରକାର କର୍ଣ୍ଣପାତ ନକରିବାରୁ ରାଜ୍ୟସଂଘ ନିର୍ଦ୍ଦେଶ ଅନୁଯାୟୀ ଏହି ଧାରଣା ଦିଆଯାଇଥିବା ସଂଘ ତରଫରୁ ସୂଚନା ଦିଆଯାଇଛି। ଏହି ଧାରଣାରେ ଉର୍ବଶୀ ବେହେରା, ଯୋଗମାୟା ସାହୁ, ଗିତାରାଣୀ ଲେଙ୍କା ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବ୍ଲକର ସମସ୍ତ ସପୋର୍ଟ ଷ୍ଟାଫ ସହଯୋଗ କରିବାସହିତ ଧାରଣାରେ ସାମିଲ ହୋଇଥିଲେ।

Post a Comment

أحدث أقدم
Header ADS