Header ADS

ନୀଳଗିରି ଉପଖଣ୍ଡ ସ୍ତରୀୟ ୭୯ତମ ସ୍ବାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

 ନୀଳଗିରି ଉପଖଣ୍ଡ ସ୍ତରୀୟ ୭୯ତମ ସ୍ବାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ



ନୀଳଗିରି,୨/୮(ଓଡ଼ିଶା ଆଦର୍ଶ): ଆଜି ଦିବା ଘ.୧୧ ଟିକା ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନୀଳଗିରି ଉପଖଣ୍ଡ ସଦର ମହକୁମାରେ ଜାତୀୟ ଐତିହାସିକ ଦିବସ ୧୫ ଅଗଷ୍ଟ ୭୯ ତମ ସ୍ବାଧିନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ନୀଳଗିରି ଉପଜିଲ୍ଲାପାଳ ଡ଼: ମଧୁସ୍ମିତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ବାଳ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ପରେ ପାଳନ କମିଟିର ଅଧକ୍ଷ ତଥା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଗତ ବର୍ଷର ବିବରଣୀ ପାଠ ପୂର୍ବକ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ସର୍ବ ସନ୍ମତିକ୍ରମେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରତ୍ୟୁଷ ଘ.୪ଟିକା ସମୟରେ ସହରାଞ୍ଚଳ ରେ ଡ଼ାକବାଜି ଯନ୍ତ୍ର ଯୋଗେ ରାମ ଧୁନ ପ୍ରଚାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମଗ୍ର ରାଷ୍ଟ୍ରରେ ଏହି ଜାତୀୟ ଦିବସ ପାଳନ କରାଯାଉଥିବାବେଳେ ନୀଳଗିରି ଉପଖଣ୍ଡ ସଦର ମହକୁମାରେ ମଧ୍ୟ ଉଭୟ ସରକାରୀ/ବେସରକାରୀ ଶିକ୍ଷାନୁଷ୍ଠାନ, ବିଭିନ୍ନ ଅନୁଷ୍ଠାନ,ପ୍ରତିଷ୍ଠାନ ଏବଂ ବାସଗୃହମାନଙ୍କରେ ସକାଳ ୭.୩୦ ଘଟିକା ମଧ୍ୟରେ ପତାକାଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନୀଳଗିରି ଏନ୍.ଏ.ସି.ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ର ଛାତ୍ରୀ ପ୍ରଭାତ ଫେରିରେ ନିଜ ଅନୁଷ୍ଠାନ ରୁ ବାହାରି ଦେଶାତ୍ମ ବୋଧକ ସଙ୍ଗୀତ, ଜାତୀୟତା ବୋଧର ସ୍ଲୋଗାନ (ନାରା) ରେ ଆନୁଷ୍ଠାନିକ ଜାତୀୟ ଉତ୍ସବ ପାଳନ ସ୍ଥଳରେ ସମ୍ମିଳିତ ହେବେ। ଏହି ମହାନ ଐତିହାସିକ ଜାତୀୟ ଦିବସ ପାଳନର ଦିବସବ୍ୟାପି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ସ୍ଥାନୀୟ ଉପଜିଲ୍ଲାପାଳ ଉତ୍ସବରେ ଯୋଗ ଦେଇ ଘ.୯.୧୫ ମି.ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡ ପରିଦର୍ଶନ ଏବଂ ସମବେତ ଜନତାଙ୍କୁ ଉଦବୋଧନ ଦେବେ। ଏହି ଜାତୀୟ ଦିବସ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ପରେଡ ପ୍ରଦର୍ଶନ ଏବଂ ପରେ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି।


 ଏହି ଦିବସ ପାଳନ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୪ ଗୋଟି ସ୍ତରରେ ପ୍ରବନ୍ଧ,ଦେଶାତ୍ମ୍ ବୋଧକ ସଙ୍ଗୀତ,କୁଇଜ୍,ଚିତ୍ରାଙ୍କନ, ତର୍କ ଓ ବାକ୍ତୃକ୍ତା ପ୍ରତିଯୋଗିତର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବା ସହିତ ଉପଖଣ୍ଡ ସ୍ତରରେ ୨୦୨୪-୨୫ ବାର୍ଷିକ ସେର୍ତିଫିକେଟ ପରୀକ୍ଷାରେ ମାଧ୍ୟମିକ,ଉଚ୍ଚ ମାଧ୍ୟମିକ,ସ୍ନାତକ ରେ ସର୍ବୋଚ୍ଚ ନମ୍ୱର ରଖିଥିବା ବାଳକ/ବାଳିକା, ଆଇ.ଟି. ଡି.ଏ ,ନୀଳଗିରି ତରଫରୁ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ୱର ରଖିଥିବା ଜଣେ ବାଳକ/ବାଳିକାକୁ ,ସେହିପରି ଉଭୟ ନୀଳଗିରି/ଔପଦା ବ୍ଲକରୁ ଅଙ୍ଗନୱାଡ଼ି କର୍ମୀ,ଆଶା, ଏନ୍.ଏ.ଏମ., ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଶ୍ରେଷ୍ଠ ଶିକ୍ଷକ/ଶିକ୍ଷୟତ୍ରୀ, ଶ୍ରେଷ୍ଠ କୃଷକ ସମେତ ଉପଖଣ୍ଡର ସର୍ବ ଶ୍ରେଷ୍ଠ ପ୍ରତିଭାବାନ ବ୍ୟକ୍ତିଙ୍କୁ ମଧ୍ୟ ମୁଖ୍ୟ ଅତିଥି ପୁରସ୍କୃତ କରିବେ ଏବଂ ପରେଡ ରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଦଳଙ୍କୁ ରନିଙ୍ଗ ସିଲଡ, କପ ଏବଂ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିବା ପାଇଁ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଅଛି।ଏହି ଜାତୀୟ ଦିବସ କୁ ସରସ ସୁନ୍ଦର କରିବା ପାଇଁ ପାଳନ କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଡ: ସାମନ୍ତରାୟ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟାଙ୍କ ଉପରେ ନ୍ୟସ୍ତ ଦାୟିତ୍ଵ ନିଷ୍ଠା ସହ ତୁଲାଇବା ଓ ସହଯୋଗ କାମନା କରିଥିଲେ।ଏହି ଜାତୀୟ ଦିବସ ପ୍ରସ୍ତୁତି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡା, ତହସିଲଦାର ଶ୍ରୀମତୀ ସୋନମ୍ ଦାସ, ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ, ଏନ୍.ଏ. ସି. କାର୍ଯ୍ୟ ନିର୍ବାହୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା ନୀଳଗିରିର ବୁଦ୍ଧିଜୀବୀ,ସମାଜସେବୀ,ଆଇନଜୀବୀ, ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟର କର୍ମକର୍ତ୍ତା, ଲୋକ ପ୍ରତିନିଧି, ପୂର୍ବତନ ଲୋକ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ବିଭିନ୍ନ ବିଭାଗୀୟ ପଦାଧିକାରୀ ଏବଂ ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇ ବହୁ ମୂଲ୍ୟ ସମୟ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ଥିବାରୁ ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

أحدث أقدم
Header ADS