ବାଲେଶ୍ଵର ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟରେ ନୂତନ ଡିଏଫଓ ଙ୍କ ଯୋଗଦାନ।
ବାଲେଶ୍ଵର,୧/୮(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା କୁରୁଡ଼ା ସ୍ଥିତ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟରେ ନୂତନ ଡିଏଫଓ ଭାବେ ପ୍ରଫୁଲ ମଲିକ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଭାରପ୍ରାପ୍ତ ଡିଏଫଓ ଅଭୟ ଦଳେଇ ଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ପୁରୁଣା ଡିଏଫଓ ଶ୍ରୀ ଦଳେଇ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ତେବେ ନୂତନ ଡିଏଫଓ ଶ୍ରୀ ମଲିକ ଦାୟିତ୍ଵ ଗ୍ରହଣ କରିବା ପରେ ଜିଲ୍ଲାର ସମସ୍ତ ବନ ଅଧିକାରୀ ନିଜ ନିଜ ଦାୟିତ୍ଵ କୁ ସଠିକ୍ ରୂପେ ତୁଲାଇବା ପାଇଁ ନିର୍ଦ୍ଦେଶ ଦେବା ସହିତ ଜଙ୍ଗଲ ଓ ଜଙ୍ଗଲଜନ୍ତୁଙ୍କ ସୁରକ୍ଷା କୁ ନଜରରେ ରଖି ବନାଞ୍ଚଳ ଲୋକଙ୍କ ସହ ସୁସମ୍ପର୍କ ରଖିବା ଦିଗରେ ଗୁରୁତ୍ଵାରୋପ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
إرسال تعليق