Header ADS

ଡିଭାଇନ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛାତ୍ର ଓ ଯୁବ ଚେତନା ଜାଗୃତି ସମାଜ କଲ୍ୟାଣ କାର୍ଯ୍ୟକ୍ରମ

 ଡିଭାଇନ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛାତ୍ର ଓ ଯୁବ ଚେତନା ଜାଗୃତି ସମାଜ କଲ୍ୟାଣ କାର୍ଯ୍ୟକ୍ରମ 



ନୀଳଗିରି,୩/୮(ଓଡ଼ିଶା ଆଦର୍ଶ): ନୀଳଗିରି ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଡିଭାଇନ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଆଜି ବାଲୋଗୋହିରି ସ୍ଥିତ ରତ୍ନାକର ଟାଉନ ହାଇ ସ୍କୁଲ ସଭା ଗୃହରେ " ଛାତ୍ର ଓ ଯୁବ ଚେତନା ଜାଗୃତି ସମାଜ କଲ୍ୟାଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ବିଷୟ ଥିଲା ନିଶା ଓ ମୋବାଇଲ ପ୍ରବଣତା ପ୍ରଶମନ। ଅର୍ଥାତ ଆଜିର ଯୁବ ଓ ଛାତ୍ର ସମାଜ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଡିଶାହୀନ ନିମନ୍ତେ ଦାୟୀ ସେହି ରାକ୍ଷାସ ରୂପୀ ନିଶାସକ୍ତ ଜୀବନ ଓ ମୋବାଇଲ କୁ ପେଶା କରିବା ଏକ ବିକଳାଙ୍ଗ ସମାଜର ପ୍ରସ୍ତୁତି କରୁଛି ନିଶା ଓ ମୋବାଇଲ। ଏହି କାର୍ଯ୍ୟକ୍ରମରେ ରତ୍ନାକର ଟାଉନ ହାଇ ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ଵିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ବିନୋଦ ବିହାରୀ ପଣ୍ଡା ସଭାପତିତ୍ଵ କରିଥିଲେ। ସମାଜ ପ୍ରେମୀ ତଥା ନୀଳଗିରି ଡିଭାଇନ ଏଜୁକେଶନାଲ ଟ୍ରଷ୍ଟ ସମ୍ପାଦକ ତଥା ଡିଭାଇନ ଟ୍ୟୁଟୋରିଆଲ୍ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନୀଳଗିରି ତହସିଲଦାର ଶ୍ରୀମତୀ ସୋନମ ଦାସ (ଓଏସ),ବିଶିଷ୍ଟ ଅତିଥି ନୀଳଗିରି ଉପଖଣ୍ଡ ଏସଡିପିଓ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ,ସମ୍ମାନିତ ବକ୍ତା ନିଉ ଲାଇଫ ୱେଲେନେସ ଟ୍ରଷ୍ଟର ନିର୍ଦ୍ଧେଶକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଦାସ,ସମ୍ମାନିତ ଅତିଥି ନୀଳଗିରି ମହିଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସାହୁ ଯୋଗଦାନ କରିବା ସହିତ ବହୁ ବୁଦ୍ଧିଜୀବୀ,ଶିକ୍ଷକ ଓ ଯୁବ ଛାତ୍ରବର୍ଗ ଯୋଗଦେବା ସହିତ ମଞ୍ଚ ପରିଚାଳନା କରୁଥିଲେ ଟ୍ରଷ୍ଟ ର ସଦସ୍ୟା କ୍ରିଷ୍ଣା ସାହୁ , ଦିପ୍ତିଶ୍ମିତା ପଣ୍ଡା ଓ ଲୋପାମୁଦ୍ରା ମହାନ୍ତି। 


ତେବେ ନିଶାରୂପକ ବିକୃତି ରାକ୍ଷାସ କୁ ନେତି ନେତି ଭାବ ନେଇ ନୃତ୍ୟ ଓ ଅଭିନୟ ନାଟକ ପରିବେଷଣ କରି ଅତିଥି ତଥା ଯୁବ ଛାତ୍ରଙ୍କ ହୃଦୟକୁ ରୋମନ୍ଥିତ କରିଥିଲେ।ଆଜିର କାର୍ଯ୍ୟକ୍ରମ ଯୁବ ଓ ଛାତ୍ର ସମାଜକୁ ଏକ ନୂତନ ଦିଶା ନିଶ୍ଚିତ ଦେଖାଇବ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିବା ସହିତ ଖୁସି ଓ ପ୍ରଶଂସିତ ଭାଵନା ପ୍ରକଟିତ କରିଥିଲେ। ଅତିଥିଙ୍କୁ ପୁଷଗୁଛ,ଉତ୍ତରୀୟ ଓ ବୃକ୍ଷ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପ୍ତ କରାଯାଇଥିଲା।

Post a Comment

أحدث أقدم
Header ADS