Header ADS

ଖୁବଶୀଘ୍ର ନିର୍ମାଣହେବ ନୀଳଗିରି - ସନ୍ତରାଗଡିଆ ରାସ୍ତା।

ଖୁବଶୀଘ୍ର ନିର୍ମାଣହେବ ନୀଳଗିରି - ସନ୍ତରାଗଡିଆ ରାସ୍ତା।

ହଟିବ ଇକୋସେନ୍ସେଟିଭ୍ ଜୋନ୍ ବାଧକ



ନୀଳଗିରି,୨୫/୭(ଓଡ଼ିଶା ଆଦର୍ଶ): ଖୁବଶୀଘ୍ର ବାଧକ ହଟିବ ଏବଂ ଦୀର୍ଘଦିନ ଧରି ମରଣଯନ୍ତା ପାଲଟିଥିବା ନୀଳଗିରି -ପଞ୍ଚଲିଙ୍ଗେଶ୍ୱର -ସନ୍ତରାଗଡ଼ିଆ ରାସ୍ତା ରେ ଗମନାଗମନ ସ୍ଵାଭାବିକ ହେବ। ବାଧକ ସାଜିଥିବା ଇକୋ ସେନସିଟିଭ ଜୋନର ମନିଟରିଙ୍ଗ କମିଟିର ସୁପାରିଶ ପରେ କାର୍ଯ୍ୟ ଆରମ୍ଭ ହେବବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶୀରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଉକ୍ତରାସ୍ତାଟି ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵର, ବଉଳଗଡିଆ ସହ ବାଲେଶ୍ୱର, ମୟୂରଭଞ୍ଜ ସମେତ ରାଜଧାନୀ ଭୁବନେଶ୍ୱରକୁ ଯୋଗାଯୋଗର ମୁଖ୍ୟରାସ୍ତା ଥିବାବେଳେ ଉକ୍ତରାସ୍ତାଟି କୁଳଡିହା ଅଭୟାରଣ୍ୟ ଇକୋ ସେନ୍ସେଟିଭ୍ ଜୋନରେ ଆସୁଥିବାରୁ ରାସ୍ତାନିର୍ମାଣରେ ବାଧକ ସାଜିଥିଲା। ତେବେ ବାରମ୍ବାର ସ୍ଥାନୀୟ ଜନସାଧାରଣ,ରାଜନୈତିକ ଦଳ, ବିଭିନ୍ନ ସଙ୍ଗଠନ ତରଫରୁ ଆନ୍ଦୋଳନ, ଧାରଣା ଦିଆଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନଥିଲା। ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗତ ଏପ୍ରିଲ ୨୮ତାରିଖରେ ମନ୍ତ୍ରୀଙ୍କୁ ଚିଠିକରି ମନିଟରିଂ କମିଟି ଗଠନକରି ଅସୁବିଧାର ସମାଧାନ କରିବାପାଇଁ ଅନୁରୋଧ କରିଥିଲେ।

ଆଜି ମାନ୍ୟବର ମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସିଥବା ବେଳେ ପୁନର୍ବାର ମାନ୍ୟବର ସାଂସଦ ମନ୍ତ୍ରୀଙ୍କୁ ଭେଟି ରାସ୍ତାବାବଦରେ ଅବଗତ ହେବାକୁ ଚାହିଁଥିଲେ। ମାନ୍ୟବର ମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ଟେକ୍ନିକାଲ ଅସୁବିଧା ଥିଲା ଏବେ ସମାଧାନ ହୋଇଥିବା ସୂଚନା ଦେବାସହ ଖୁବଶୀଘ୍ର ଏକ ମନିଟରିଙ୍ଗ କମିଟି ଗଠନହେବ ବୋଲି କହିଥିଲେ।ଯଥାଶୀଘ୍ର ରାସ୍ତାକାର୍ଯ୍ୟ ଆରମ୍ଭ ହେବବୋଲି ମନ୍ତ୍ରୀ ଓ ବିଭାଗୀୟ ସେକ୍ରେଟାରୀ,ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ସାଂସଦଙ୍କୁ ଜଣାଇଛନ୍ତି। 

ଏହାଦ୍ୱାରା ଦୀର୍ଘଦିନ ଧରି ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ ହୋଇପାରିବ l

Post a Comment

أحدث أقدم
Header ADS