ଲଘୁ ଖଣିଜସମ୍ପଦ ଚୋରାଚାଲାଣ ରୋକିବାକୁ ମିଳିତ ଅପରେସନ ପାଇଁ ଏସ.ପିଙ୍କୁ ଚିଠି ଲେଖିଲେ ସାଂସଦ।
ନୀଳଗିରି,୨୫/୭(ଓଡ଼ିଶା ଆଦର୍ଶ): ଲଘୁ ଖଣିଜସମ୍ପଦରେ ଭରା ନୀଳଗିରିରେ ବୃଦ୍ଧିପାଇଛି ଲୁଟେରାଙ୍କ ଦୌରାତ୍ମ୍ୟ। ଦୈନନ୍ଦିନ ଶହଶହ ଟ୍ରିପ, ନାଲିମୋରମ, ବାଲି, ପଥର ଚୋରାରେ ଉତ୍ତୋଳନ କରିବା ସହିତ ବାହାରକୁ ଚାଲାଣକରି ମାଲାମାଲ ହେଉଛନ୍ତି ମାଫିଆ। ଫଳରେ କୋଟିକୋଟି ଟଙ୍କା ସରକାର ରାଜସ୍ବ ହରାଉଛନ୍ତି।ବାରମ୍ବାର ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ମାଫିଆଙ୍କୁ ଦମନ କରିବାରେ ବିଫଳ ହୋଇଥିଲା। ତେବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମାଫିଆଙ୍କ ଦୌରାତ୍ମ୍ୟରେ ଅଞ୍ଚଳର ପ୍ରାକୃତିକ ସମ୍ପଦ ଉତ୍ତୋଳନ ଓ ଚୋରାଚାଲାଣ ହେବାଯୋଗୁଁ ସାଧାରଣଲୋକଙ୍କ ଜୀବନହାନି ହେବା ସହ ବାରମ୍ବାର ରାସ୍ତା ଦୁର୍ଘଟଣା ଘଟୁଛି। ନିକଟରେ ଦୁଇଜଣଙ୍କ ଅମୂଲ୍ୟଜୀବନ ଯାଇଥିବା ନଜିର ରହିଥିବା କହିଛନ୍ତି। ଏହାକୁ ରୋକଦେବା ପାଇଁ ପୋଲିସ, ବନବିଭାଗ ଏବଂ ଖଣିଜ ସଂପଦ ବିଭାଗର ମିଳିତ ଅପରେସନ ମାଧ୍ୟମରେ ମାଫିଆଙ୍କୁ ଚେକ୍ ଦେବାପାଇଁ ବାଘମରା, ନୀଳଗିରି ଚେକଗେଟ୍ ଏବଂ ମିତ୍ରପୁର ନିକଟରେ ପୋଲିସଫୋର୍ସ ସହିତ ବନବିଭାଗ, ଖଣିଜବିଭାଗର କର୍ମଚାରୀ ମୁତୟନ କରିବାକୁ ବାଲେଶ୍ୱର ଏସପିଙ୍କୁ ଚିଠିଲେଖିବା ସହିତ ଜିଲ୍ଲାପାଳ, ଖଣି ଅଧିକାରୀ, ଡିଏଫଓ, ନୀଳଗିରି ରେଞ୍ଜର ଓ କୁଳଡିହା ରେଞ୍ଜରଙ୍କୁ ଚିଠି ଲେଖିଛନ୍ତି।
إرسال تعليق