ଗାଧୋଇବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ
ନୀଳଗିରି,୨୫/୭(ଓଡ଼ିଶା ଆଦର୍ଶ):ସମଗ୍ର ରାଜ୍ୟରେ ଅଶାନ୍ତି ର ବାତାବରଣ।ଦୈନନ୍ଦିନ ଦୁଷ୍କର୍ମ,ଅସଦାଚରଣ, ଗଣଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସୁଛି ।ଏବେ ଏହି ଘଟଣାର ନଗ୍ନ ଚିତ୍ର ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ଗୁରୁବାର ମଧ୍ୟାହ୍ନରେ ନୀଳଗିରି ବ୍ଲକ୍ ବରହମପୁର ଥାନା ଛତ୍ରପୁର ପଞ୍ଚାୟତ ସରୁଚମ୍ପା ଗ୍ରାମର ଜୈନିକ ଯୁବତୀ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ, ଉକ୍ତ ଗ୍ରାମର ଶଙ୍କରା ହେମ୍ବ୍ରମ (୨୧), ବାସୁ ହେମ୍ବ୍ରମ(୨୬) ଠୁଲୁକାୟ ମୁର୍ମୁ(୩୦) ଏବଂ ସାମ୍ନା କିସ୍କୁ(୩୦) ନାମକ ଚାରିଜଣ ଯୁବକ ଉକ୍ତ ଯୁବତୀ ଜଣକୁ ଏକୁଟିଆ ପାଇ ଟଣାଉଟୁରା କରିବା ସହିତ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏପରିକି ପୋଖରୀରେ ବୁଡାଇ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ, କୌଶଳକରି ଯୁବତୀ ଜଣକ ସେମାନଙ୍କ ନିକଟରୁ ଖସି ଆସି ପାଟିକରିବାରୁ ଯୁବକମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଯିବାବେଳେ ଘଟଣା ପ୍ରଘଟକଲେ ଜୀବନରୁ ମାରିଦେବାର ଧମକ ମଧ୍ଯ ଦେଇଥିଲେ। ଯୁବତୀ ଜଣକ ପରିବାର ସଦସ୍ୟ ଙ୍କୁ ଘଟଣା ସମ୍ପର୍କରେ ଅବଗତ କଲାପରେ, ପରିବାର ଲୋକ ତାଙ୍କୁ ହସ୍ପିଟାଲ ଆଣି ଚିକିତ୍ସାକରିବା ସହିତ ଯୁବତୀଜଣକ ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବରହମପୁର ଥାନାଅଧିକାରିଣୀ ପ୍ରେମଦା ନାୟକ ଘଟଣାକୁ ଗୁରୁତ୍ଵଦେଇ ତୁରନ୍ତ ଚାରିଜଣ ଯୁବକଙ୍କୁ ଗିରଫକରିଥିଲେ । ତଦନ୍ତକାରୀ ଅଫିସର ନନ୍ଦକିଶୋର ବଳ ୪ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଜଣାଯାଇଛି। ପୋଲିସ ଅଧିକ ତଦନ୍ତ ଜାରିରଖିଛନ୍ତି। ଏନେଇ ବରହମପୁର ଥାନା କେଶ ନମ୍ବର,୯୩/୨୫ରେ ମାମଲା ରୁଜୁ ହୋଇଥିବା ବେଳେ ୭୫(୧ଆଇ),୭୬,୧୧୫(୨),୩୫୧(୨),୩(୫) ଦଫାରେ ବିଏନଏସ ଧାରାରେ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
إرسال تعليق