ଉଚ୍ଚଶିକ୍ଷାୟତନରେ ପିପିପି ଶିକ୍ଷାନୀତି ଉଛେଦ କରିବାକୁ ରାଜ୍ୟସରକାରଙ୍କୁ "ଅଲଇଣ୍ଡିଆ ଟେଲେଣ୍ଟ ସର୍ଚ୍ଚ ଟ୍ରଷ୍ଟ"ର ସଂସ୍ଥାପକ ଗୌରୀଶଙ୍କର ପଣ୍ଡାଙ୍କ ଦାବୀ
ନୀଳଗିରି,୨୩/୭(ଓଡ଼ିଶା ଆଦର୍ଶ):ମହାବିଦ୍ୟାଳୟ,ସ୍ଵୟଂଶାସିତ ମହାବିଦ୍ୟାଳୟ ଏପରିକି ବିଶ୍ଵବିଦ୍ୟାଳୟ ମାନଙ୍କରେ ପିପିପି ମୋଡ଼ରେ ସେଲ୍ଫ ଫାଇନାନସିଂ ଶିକ୍ଷାଦାନ ପ୍ରଣାଳୀକୁ ବାତିଲକରିବା ପାଇଁ ରାଜ୍ୟସରକାରଙ୍କୁ ଦାବୀ କରିଛନ୍ତି ନୀଳଗିରିର ବରିଷ୍ଠ ସମାଜସେବୀ ତଥା ଅଲ ଇଣ୍ଡିଆ ଟେଲେଣ୍ଟ ସର୍ଚ୍ଚର ସଂସ୍ଥାପକ ଗୌରୀଶଙ୍କର ପଣ୍ଡା। ବୁଧବାର ପୂର୍ବାହନରେ ନୀଳଗିରି ଏନଏସି କଲ୍ୟାଣମଣ୍ଡପ ପରିସର ରେ ଏକ ସାମ୍ବାଦ ଦାତା ସମ୍ମିଳନୀରେ ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗରେ ପ୍ରଚଳିତ ଏପରି ବ୍ୟବସ୍ଥାର ପୁନର୍ବିଚାର କରି ଏହାକୁ ଉଚ୍ଛେଦ କରିବାକୁ ଦାବୀ କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା।ରାଜ୍ୟରେ ତତ୍କାଳୀନ ବିଜେଡ଼ି ସରକାର ୨୦୦୮ମସିହାରେ ଏହି ଶିକ୍ଷାନୀତି ଲାଗୁକରି ହଜାର ହଜାର ନିରୀହ ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କୁ ଅନ୍ଧକାର ମଧ୍ୟକୁ ଠେଲିଦେବା କରିବା ସହିତ କୋଟିକୋଟି ଟଙ୍କା ଶୋଷଣ କରି ଘରୋଇ ସଂସ୍ଥା ର ବ୍ୟବସାୟୀକ ମନୋଭାବ କୁ ଚରିତାର୍ଥ କରିଥିବା ଅଭିଯୋଗ କରିଛନ୍ତି ।ବର୍ତ୍ତମାନର ବିଜେପି ସରକାର ବହୁ ପରିବର୍ତନ ଆଣିବାକୁ ଥିବା ବେଳେ ,ଉକ୍ତ ଶିକ୍ଷାନୀତି ରେ କୌଣସି ପରିବର୍ତନ ନ ଆଣିବା ନିହାତି ଭାବରେ ଦୁର୍ଭାଗ୍ୟ ଜନକ ଓ ଚିନ୍ତାର ବିଷୟ। ଏପରିକି ଅଧିକାଂଶ ମହାବିଦ୍ୟାଳୟ ମାନଙ୍କରେ ସେଲ୍ଫ ଫାଇନନ୍ସିଂ କୋର୍ସ ବିନା ପିପିପି ମୋଡ଼ରେ ସୁଚାରୁ ରୂପେ ଚଳାଯାଇ ପାରୁଛି ,ତେବେ ଗରୀବ ଅଭିଭାବକ ଏବଂ ମେଧାବୀ ଛାତ୍ର/ଛାତ୍ରୀ ମାନଙ୍କୁ ଝିଣ୍ଟିକା ମାରି ବଣି ପୋଷିବା ଭଳି ରାଜ୍ୟସରକାର କାହିଁକି ଏସବୁ ସଂସ୍ଥାକୁ ୭୦ପ୍ରତିଶତ ଅର୍ଥ ପ୍ରଦାନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ଓଡ଼ିଶାବାସୀ ଯେଉଁ ସ୍ବପ୍ନନେଇ ବିଜେପିକୁ ଶାସନଗାଦିରେ ବସାଇଛନ୍ତି ତାହାକୁ ସରକାର ସାକାର କରନ୍ତୁ ବୋଲି ଦାବୀ କରିବା ସହିତ ଏହାର ଜୁଡ଼ିସିଆରି ଇନକ୍ଵାରି ଏବଂ ଏଜି ଓଡ଼ିଶାଙ୍କ ଦ୍ଵାରା ଉପଯୁକ୍ତ ଅଡିଟ କରିବାକୁ ଦାବୀ ରଖିଛନ୍ତି। ଫଳରେ ଅଭିଭାବକଙ୍କ ସହିତ ଛାତ୍ର/ଛାତ୍ରୀ ମାନଙ୍କର ଆର୍ଥିକବୋଝ ହାଲୁକା ହେବା ସହିତ ଶତପ୍ରତିଶତ ଅର୍ଥ ବିନିଯୋଗ କରି ଅନୁଷ୍ଠାନ ଗୁଡ଼ିକର ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ମତ ରଖିଥିଲେ। ସୁତରାଂ ରାଜ୍ୟସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ବୋଲି ଚେତାଇ ଦେଇଥିଲେ।
إرسال تعليق