Header ADS

ସ୍ଵର୍ଣ୍ଣଚୂଡ କଲେଜରୁ ନାଗ ସାପ ଉଦ୍ଧାର

 ସ୍ଵର୍ଣ୍ଣଚୂଡ କଲେଜରୁ ନାଗ ସାପ ଉଦ୍ଧାର



ନୀଳଗିରି,୨୨/୭(ଓଡ଼ିଶା ଆଦର୍ଶ):ମିତ୍ରପୁର ସ୍ଥିତ ସ୍ଵର୍ଣ୍ଣଚୂଡ ମହାବିଦ୍ୟାଳୟରୁ ଏକ ୫ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ସାପଟିକୁ ଉକ୍ତ କଲେଜର ଅଧ୍ୟାପକ ମାନେ କଲେଜ ସମ୍ମୁଖରେ ଦେଖିବାକୁ ପାଇଥିଲେ ଏବଂ ସାପଟି କଲେଜ ସମ୍ମୁଖରୁ ଯାଇ କଡରେ ଥିବା କିଛି ପଟା ତଳେ ପଶିଯାଇଥିଲା । ଏହା ଦେଖି କଲେଜ ଅଧ୍ୟାପକ ମାନେ ସାପଟି ପଢ଼ୁଥିବା ପିଲା ମାନଙ୍କ ପାଇଁ ବିପଦ ସାଜି ପାରେ ଭାବି ସ୍ନେକ୍ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପଲାଇନ ସଦସ୍ୟ ଶ୍ରୀ ହରେକୃଷ୍ଣ ରାଉତ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଛନ୍ତି ।

Post a Comment

أحدث أقدم
Header ADS