ଭାରତୀୟ ଜନତା ଯୁବ ମୋର୍ଚ୍ଚା, ନୀଳଗିରି ପକ୍ଷରୁ କଂଗ୍ରେସ ନେତାଙ୍କ କୁଶପିତୁଳିକା ଦାହ ।
ନୀଳଗିରି,୨୨/୭(ଓଡ଼ିଶା ଆଦର୍ଶ): ରାଜ୍ୟ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନ ଜୈନିକ ଛାତ୍ରୀଙ୍କୁ ମୃଦୁ ପାନୀୟ ରେ ନିଶା ଦେଇ ବଳାତ୍କାର ଅଭିଯୋଗ ପରେ ଗିରଫ ହୋଇଛନ୍ତି | ଏହି ପ୍ରତିବାଦରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ନୀଳଗିରି ତରଫରୁ କଂଗ୍ରେସର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ,ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ କୁଶପୁତ୍ତଳିକା କୁ ଦୁର୍ଗା ମଣ୍ଡପଠାରେ ଦାହ କରାଯାଇଅଛି | ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଏବେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ଜେଲରେ ଅଛନ୍ତି | କଂଗ୍ରେସ ମହିଳା ସୁରକ୍ଷାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଆଜି ରାଜ୍ୟ କଂଗ୍ରେସ ସଭାପତି ଓ ରାହୁଲ ଗାନ୍ଧୀ ନିରବ ଦ୍ରଷ୍ଟା ସାଜିଛନ୍ତି କାହିଁକି |
ରାଜ୍ୟ କଂଗ୍ରେସ ସଭାପତି ଓ ରାହୁଲ ଗାନ୍ଧୀ ଏହା ପାଇଁ ଦାୟୀ ରହିବେ କି ପ୍ରଶ୍ନ କରାଯାଇଛି |
ଏହି ଘଟଣା ପରେ କଂଗ୍ରେସର ମହିଳା ସୁରକ୍ଷା ଉପରେ ପ୍ରଶ୍ନ କରିବାର କୌଣସି ନୈତିକ ଅଧିକାର ନାହିଁ | ଏହାର ପ୍ରତିବାଦରେ ଯୁବମୋର୍ଚ୍ଚା ତରଫରୁ ସେମାନଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ ଏବଂ କୁଶପୁତ୍ତଳିକା ଦାହ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଦେବାଶିଷ ଆଚାର୍ଯ୍ୟ,ନୀଳଗିରି ନଗର ସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ,ବିଜେପି ଜିଲ୍ଲା ସମ୍ପାଦକ ସମର ଶଙ୍କର କାନୁନଗୋ,ଶୁଭ୍ରାଂଶୁ ନନ୍ଦ,ଗୋପୀବଲ୍ଳଭ ରାଉତ, ମହାପାତ୍ର,ଆନନ୍ଦ ମିଶ୍ର,ଚନ୍ଦ୍ରଶେଖର ମହାଳିକ,ପରେଶ ପରିଡା,ଜୟନ୍ତ ପାତ୍ର,ପ୍ରମୁଖ ଉପସ୍ଥିତ ଥିଲେ |
إرسال تعليق