Header ADS

ନୀଳଗିରି ଇକୋ ସେନ୍ସିଟିଭ୍ ଜୋନ ଭିତରେ ବେଆଇନ ଇଟା ଭାଟି ଏବଂ ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣ ପ୍ରସଙ୍ଗ |

 ନୀଳଗିରି ଇକୋ ସେନ୍ସିଟିଭ୍ ଜୋନ ଭିତରେ ବେଆଇନ ଇଟା ଭାଟି ଏବଂ ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣ ପ୍ରସଙ୍ଗ | 




ନୀଳଗିରି,୧୯/୧୨(ଓଡ଼ିଶା ଆଦର୍ଶ):  ଆଜି ନୀଳଗିରିର ପୂର୍ବତନ ବିଧାୟକ  ସୁକାନ୍ତ ନାୟକ ବିଜେଡି କାର୍ଯ୍ୟାଳୟ ରେ ଏକ ପ୍ରେସ ବିଜ୍ଞପ୍ତି ରେ କହିଥିଲେ ଜେ ଗତ ୯ ତାରିଖ ଦିନ  ନୀଳଗିରି ପ୍ରଶାସନ ଅଧିକାରିଣୀ ଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ | ଏବଂ ଆଗାମୀ ୨୧ ତାରିଖ ଦିନ ଧର୍ମଘଟ କରିବାର ଥିଲା, ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଓହରି ଯିବାକୁ ନିବେଦନ କରାଯାଇଛି | ବିଶେଷ ଭାବେ ଏକାଧିକ ଟିମ ଗଠନ କରାଯାଇ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କୁହାଯାଉଛି | କିନ୍ତୁ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ବିଜେଡି ରାଜ ରାସ୍ତାକୁ ଉଲ୍ହାଇବ ବୋଲି ଦୃଢ ଚେତାବନୀ ଦେଇଛନ୍ତି | ତେବେ ଏଦିଗରେ ପ୍ରଶାସନ କେତେ ନିଷ୍ଠା ସହକାରେ କାର୍ଯ୍ୟ କରୁଛି ଏବଂ ଚୋରା ଲଘୁ ଖଣିଜ ଦ୍ରବ୍ୟ ଏବଂ ବେଆଇନ ଇଟା ଭାଟି ବାବଦରେ କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା |

Post a Comment

أحدث أقدم
Header ADS