କୂଳଡିହା ଅଭୟାରଣ୍ୟ ପାଦଦେଶରୁ ମାଟିତଳୁ ଉଦ୍ଧାର ହେଲା ବହୁପୁରାତନ ଦେବୀମୂର୍ତ୍ତୀ।
ନୀଳଗିରି,୧୯/୧୨(ଓଡ଼ିଶା ଆଦର୍ଶ): ବଣ ପାହାଡ଼ ଘେରା ପ୍ରାକୃତିକ ସୁନ୍ଦର୍ଯ୍ୟର ଗନ୍ତାଘର ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି।କୂଳଡିହା ଅଭୟାରଣ୍ୟ ଦେବଗିରି ପାହାଡ଼ର ଝରଣାଜଳର ପଥରକୋରଡ ମଧ୍ୟରେ ବାବା ପଞ୍ଚଲିଙ୍ଗେଶ୍ୱର ବିରାଜମାନ ଅଛନ୍ତି।ବିଭିନ୍ନ ବଣଜଙ୍ଗଲ ମଧ୍ୟରେ ଦେବୀଙ୍କ ଆସ୍ଥାନ ରହିଛି।ସୋନନଦୀ କୂଳ ଅଯୋଧ୍ୟା ଠାରେ ବିଭିନ୍ନ ସମୟରେ ଠାବହୋଇଛି ବହୁପୁରାତନ ବୌଦ୍ଧକୀର୍ତ୍ତିରାଜି ସହ ଅନ୍ୟାନ୍ୟ ଭଗ୍ନମୂର୍ତ୍ତୀ। ତେଣୁ ହରପ୍ପା, ମହେଞ୍ଜୋଦାର ସଭ୍ୟତା ସମୟର ନୀଳଗିରିର ପ୍ରାଚୀନ ସଭ୍ୟତା ଗଢି ଉଠିଥିବା ବହୁ ପୁରାତତ୍ଵବିଜ୍ଞାନୀଙ୍କ ମତ ରହିଛି।ଏଭଳି ସଭ୍ୟତାର ସତ୍ୟତା ପ୍ରତିପାଦନରେ ଆଉ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ସଜନାଗଡ ପଞ୍ଚାୟତ ଭାଲୁକାଶୁଣି ଅନ୍ତର୍ଗତ କୂଳଡିହା ଅଭୟାରଣ୍ୟ ସୀମାନ୍ତ ଆମ୍ବଝର ନିକଟରେ।କିଛି ବଦାନ୍ୟବ୍ୟକ୍ତିଙ୍କ ଦ୍ଵାରା ଦାନ କରାଯାଇଥିବା ପ୍ରାୟ ୨ଏକର ପରିମିତ ପାହାଡି ଜାଗାରେ ଗଢିଉଠିଥିବା "ଶକ୍ତାରାମ ଫାଉଣ୍ଡେସନ ଏଣ୍ଡ ଚ୍ୟାରିଟେବଲ୍ ଟ୍ରଷ୍ଟ" ଆନୁକୁଲ୍ୟରେ ଯୁବ ସନ୍ୟାସୀ ବାବା ରୁଦ୍ରବେଶ ସ୍ବାମୀଙ୍କ ଗୋଶାଳା ଏବଂ ଆଶ୍ରମ ଏବେ ଆରମ୍ଭ ହେଉଛି।ବାବା ରୁଦ୍ରବେଶାନନ୍ଦ ଗିରି ଓରଫ ପ୍ରଳୟ ନାୟକ ବାଲ୍ୟକାଳରୁ ବାମପନ୍ଥୀ ଚିନ୍ତାଧାରାର ଜଣେ ଉଚ୍ଚଶିକ୍ଷିତ ଥାଇ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ। କିଛିଦିନ ହିମାଳୟ ଯାଇ ସାଧୁସଂଗତ କରି ବିଷୟାମୋହ ପରିତ୍ୟାଗ କରି ସନ୍ୟାସୀ ଜୀବନ ବିତାଉଥିଲେ। ଏପରିକି ରାମକୃଷ୍ଣ ମିଶନ, ୟୁନିସେଫ, କେୟାର ଇଣ୍ଡିଆ ଭଳି ସଂସ୍ଥାରେ କାମ କରିଛନ୍ତି। ଅଧିକାଂଶ ସମୟରେ ରଥଯାତ୍ରା ସମୟରେ ଧାରାବିବରଣୀ ପ୍ରଦାନ, କୁଣ୍ଡଳୀ ଜାଗରଣ ଭଳି କାର୍ଯ୍ୟ କରିବାରେ ନିଜକୁ ନିୟୋଜିତ ଥିବା ସାଧୁ ବୈବାହିକ ବନ୍ଧନରେ ବାନ୍ଧି ହୋଇଥିଲେ। ଗୋଟିଏ ଝିଅ ଏବଂ ଗୋଟିଏ ପୁଅର ଜନକ ପ୍ରଳୟ ୧୧ବର୍ଷ ତଳୁ ସଂସାର ପରିତ୍ୟାଗ କରି ସନତନି ହିନ୍ଦୁ ଓ ବୌଦ୍ଧ ସଂସ୍କୃତିର ରକ୍ଷାପାଇଁ ନିଜକୁ ଅଘୋର ଗିରି ସମ୍ପ୍ରଦାୟରେ ସାମିଲ କରି ରୁଦ୍ରବେଶ ନାମରେ ନାମିତ କରିଥିଲେ। ଗତ ଦୁଇବର୍ଷ ତଳୁ ଉକ୍ତ ଜାଗାରେ ଏକ ଗୋଶାଳା ନିର୍ମାଣକରି ବିଶ୍ଵର ସର୍ବପ୍ରାଚୀନ ସନାତନ ସଂସ୍କୃତି ରକ୍ଷା ଉପରେ ନିଜକୁ ନିୟୋଜିତ କରିଥିଲେ। ଏହି ଗୋଶାଳାରେ ବର୍ତ୍ତମାନ ୧୨/୧୩ଟି ଗୋମାତା ରହିଥିବା ବେଳେ ସେମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ବବହନ କରୁଛନ୍ତି। ୧୮ତାରିଖ ବୁଧବାର ପ୍ରାୟ ୧୨ସମୟରେ ତାଙ୍କର କିଛି ଅନୁଗତ ଗୋଶାଳା ପରିସରରେ ଏକ ପଦ୍ମଗାଡିଆ(ଛୋଟ) ନିର୍ମାଣ ପାଇଁ ଖୋଳୁଥିବା ସମୟରେ ପ୍ରାୟ ଦୁଇ, ଅଢେଇ ଫୁଟ୍ ଗଭୀର ମାଟିତଳେ ଶାବଳମୁନରେ ପଥରମୂର୍ତ୍ତୀ ଦେହରେ ବାଜି ଶବ୍ଦ ହୋଇଥିଲା। ପରେ ଉକ୍ତ ପଥରମୂର୍ତ୍ତୀକୁ ବାହାରକୁ ଅଣାଯାଇଥିବା ବେଳେ ଏହାର ଅଧିକାଂଶ ଭାଗ ଭଗ୍ନଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ମୂର୍ତ୍ତିର ମସ୍ତକର ଉପରଭାଗ ମୂର୍ତ୍ତୀ ଠାରୁ ଅଲଗା ହୋଇଯାଇଥିବା ବେଳେ ଏହାର ହାତ, ନାକ, ସ୍ତନଯୁଗଳ ସହିତ ଅଧିକାଂଶ ଭାଗ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ମୂର୍ତ୍ତୀଟିର ଆସ୍ଥାନ ତଳେ ଏକ ପାଖରେ ହସ୍ତୀର ଚିତ୍ର ଥିବାବେଳେ ଅପରପାର୍ଶ୍ଵରେ ଏକ ସିଂହର ଚିତ୍ର ରହିଛି।ମୂର୍ତ୍ତୀଟି ଉଦ୍ଧାର କରାଯାଇ ବାବାଙ୍କ ଧ୍ୟାନ ମଣ୍ଡପ ନିକଟରେ ରଖାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଏହା ସପ୍ତମ, ଅଷ୍ଟମଶତାବ୍ଦୀ ଭୌମକର ବଂଶୀୟ ମାନଙ୍କ ଦ୍ଵାରା ଗଢାଯାଇଥିବା ମୂର୍ତ୍ତୀ ହୋଇଥିବା ବାବା ରୁଦ୍ରବେଶ ଅନୁମାନକରି କହିଛନ୍ତି। ତେବେ ମୂର୍ତ୍ତୀଟି ତାରାଦେବୀଙ୍କ ପ୍ରତିମୂର୍ତ୍ତି ହୋଇଥାଇ ପାରେ ବୋଲି ବାବା କହିଥିବା ବେଳେ ଭଗ୍ନମୂର୍ତ୍ତୀଟିକୁ କୌଣସି ମୂର୍ତ୍ତୀ କାରିଗର ଦ୍ଵାରା ପୁନଃ ଗଢାଯିବା ପରେ ପୂଜାର୍ଚ୍ଚନା କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଉକ୍ତ ସ୍ଥାନରେ ପୁରାତନ ମୂର୍ତ୍ତି ମିଳିବା ଫଳରେ ଏଠାକାର ମାଟିତଳେ ଅନ୍ୟାନ୍ୟ ବହୁ ପୁରାତନ ମୂର୍ତ୍ତୀ ଥାଇପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି। ତେବେ ସ୍ଥାନୀୟ ପ୍ରଶାସନ ଏବଂ ପ୍ରତ୍ନତତ୍ତ୍ଵ ବିଭାଗ ଏହାକୁ ଗୁରୁତ୍ଵଦେଇ ଏହାର ସତ୍ୟାସତ୍ୟ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି।
إرسال تعليق