Header ADS

ପୁତ୍ରବୋଧୁ କୁ ଶଶୁର ଘର ଲୋକଙ୍କ ନିର୍ଯ୍ୟାତନା ଅନ୍ୟପଟେ ବୋହୂ ର ପରିବାର ଲୋକଙ୍କ ମାଡରେ ଶାଶୁ ଶଶୁର ଗୁରୁତର ହୋଇଥିବା ଅଭିଯୋଗ

 ପୁତ୍ରବୋଧୁ କୁ ଶଶୁର ଘର ଲୋକଙ୍କ ନିର୍ଯ୍ୟାତନା ଅନ୍ୟପଟେ ବୋହୂ ର ପରିବାର ଲୋକଙ୍କ ମାଡରେ ଶାଶୁ ଶଶୁର ଗୁରୁତର ହୋଇଥିବା ଅଭିଯୋଗ।



ନୀଳଗିରି,୧୯/୮(ଓଡ଼ିଶା ଆଦର୍ଶ):ନୀଳଗିରି ଥାନାରେ ମଙ୍ଗଳବାର ଦିନ ଏକ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ହାତାହାତି ହେବା ଘଟଣାରେ ପୃଥକ୍ ପୃଥକ୍ ଅଭିଯୋଗ ହୋଇ ଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ନିଳଗିରି ଥାନା ଅନ୍ତର୍ଗତ କାଂଶ, କୁଲାପାଳ ଗ୍ରାମର ରଧାକୃଷା ମହାପାତ୍ର ର ପୁଅ, ମହାସିସ ୨୦୧୯ଫେବୃଆରୀ ୨୫ରିଖରେ ଝାରଖଣ୍ଡ ରାଜ୍ୟର ପୂର୍ବ ସିଂଭୂମି ଜିଲ୍ଲା ଦୁଙ୍ଗୁରିଆ ଥାନା ଅନ୍ତର୍ଗତ ଭାଲୁକ୍ ପାତଡା ଗ୍ରାମର ମାନସ କୁମାର ମହାପାତ୍ର ଙ୍କ ଝିଅ ଜ୍ୟୋସ୍ନା କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ସମସ୍ତ ସୁନା ଅଳଙ୍କାର, ଆସବାହ ପତ୍ର ଦେଇଥିଲେ। ମାତ୍ର ବାହାଘର ସାତ ଦିନ ପରେ ଶାଶୁ ଯାମିନି ମହାପାତ୍ର ବୋହୂକୁ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ସ୍ବାମୀ ମହାଶିସ ରେଳ ବିଭାଗର ଚାକିରି କରିଥିବା ବେଳେ ନିଜ ସ୍ତ୍ରୀ ଜ୍ୟୋସ୍ନା କୁ ମଧ୍ୟ ଭଲ ପାଉ ନ ଥିଲେ। ବାହା ଘର ଏକ ମାସ ପରେ ସ୍ବାମୀ ନିଜ କର୍ମ କ୍ଷେତ୍ର ଜଗଦଲପୁର ପଳାଇ ଯାଇଥିଲେ। ଏକୁଟିଆ ଘରେ ଜ୍ୟୋସ୍ନା କୁ ଶାଶୁ ଓ ଶଶୁର ରାଧାକୃଷ୍ଣ ମହାପାତ୍ର ପ୍ରତି ଦିନ ଶାରୀରିକ ମାନସିକ ନିର୍ଯ୍ୟାତନା ଦେବା ସହ ଯୌତୁକ ନିର୍ଯାତନା ଦେଉ ଥିବାର ନିଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ବୋହୂକୁ ପିଟା ମରା କରୁଥିବାର ଅଭିଯୋଗ କରିଛନ୍ତି। ଏପରି କି ନିଜ ସ୍ବାମୀ ମଧ୍ୟ ମାନସିକ ନିର୍ଯ୍ୟାତନା ଦେଉଥିବାବେଳେ ତୁ ବାପ ଘର ସହ ସମ୍ପର୍କ ରହିବୁ ନାହିଁ, ଗ୍ରାମରେ କାହାରି ସହିତ କଥା ବାର୍ତ୍ତା କରିବୁ ନାହିଁ, ଅଧିକ ଯୌତୁକ ଆଣିବା ପାଇଁ ମାରୁଥିଲେ। ସ୍ଵାମୀଙ୍କ ଔରସରୁ ଦୁଇଟି ପୁଅ ଗୋଟାଏ ୫ବର୍ଷର ଅନ୍ୟଟି ୨ବର୍ଷର। ମାଡ଼ ଖାଇ ଖାଇ ଶେଷରେ ଜୀବନ ହାରି ଦେବାର ନିଜ ବାପାକୁ ଜଣାଇଲା ପରେ ଶେଷରେ ଦୁଇ ପୁଅକୁ ନେଇ ଆଜକୁ ତିନି ମାସ ଧରି ବାପ ଘରେ ରହିଆସୁଥିଲେ।ଗତ ମଙ୍ଗଳ ବାର ଦିନ ସ୍ବାମୀ ପିଲାଙ୍କୁ ଧରି ଘରକୁ ଆସିବା ପାଇଁ ଫୋନ୍ କଲା ପରେ ସ୍ତ୍ରୀ ଜ୍ୟୋସ୍ନା ଦୁଇ ପୁଅ, ବାପା, କକା, ଖୁଡି, ମାଆ କୁ ଧରି ଶାଶୁ ଘରେ ପହଞ୍ଚିବା ପୂର୍ବରୁ ଜ୍ୟୋସ୍ନା ର୍ ପରିବାର ଲୋକେ ତାର ଶାଶୁ ଘରକୁ ନ ଯାଇ ଗାଁ ମୁଣ୍ଡରେ ରହିଥିଲେ। ଜ୍ୟୋସ୍ନା ଦୁଇ ପୁଅ ଧରି ଘରେ ପହଞ୍ଚିବା ପରେ ଶାଶୁ, ଶଶୁର ମରଣାନ୍ତକ ଆକ୍ରମଣ କରି ଥିଲେ। ଏପରି କି ଦୁଇ ପୁଅ ମଧ୍ୟ ଅନାଇ ନଥିଲେ। ଖବର ପାଇ ଜ୍ୟୋସ୍ନା ର ବାପଘରେ ଲୋକେ ପହଞ୍ଚି ଝିଅକୁ ନେଇ ପଳାଇ ଆସିଥିଲେ । ଏନେଇ ଜ୍ୟୋସ୍ନା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଅପର ପକ୍ଷେ ବୋହୂର ବାପା, କକା ଶାଶୁ ଯାମିନୀ ଓ ଶଶୁର ରାଧାକୃଷ୍ଣ ଙ୍କୁ ପିଟି ଗୁରୁତର କରିଥିବାର ଜଣା ପଡ଼ିଥିବା ବେଳେ ପ୍ରଥମେ ନୀଳଗିରି ମେଡିକାଲ ପରେ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବାର ଜଣା ପଡ଼ିଛି। ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚଳାଇଛି।

Post a Comment

أحدث أقدم
Header ADS