Header ADS

ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ ।

 ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ ।





ନୀଳଗିରି,୧୭/୧୨(ଓଡ଼ିଶା ଆଦର୍ଶ): ଶେରଗଡ଼ - ଝରଣଘାଟି ରାଜ୍ୟ ରାଜପଥ ଭାଲୁକାଶୁଣି ଛକ ନିକଟରେ ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଆଜି ସକାଳେ ଉକ୍ତ ଛକ ନିକଟରେ ଏକ ବାଇକ (OD 01AS 5890) ଆରୋହୀ ଜଣକ ନୀଳଗିରି ପଟୁ କପ୍ତିପଦା ଆଡ଼କୁ ଯାଉଥିବା ବେଳେ ଏକ ତେଲ ଟ୍ୟାଙ୍କର ଟ୍ରକ୍ (OD 11Z 5001)  ବାଇକ ଆରୋହୀ ଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଟି ଫେରାର ହୋଇଯାଇଥିଲା। ତେବେ ତୁରନ୍ତ ସ୍ଥାନୀୟ ଲୋକେ ଉକ୍ତ ଟ୍ରକ୍ ଟିକୁ ଗଡ଼ାଇ ଗଡ଼ାଇ ଶେରଗଡ଼ ଠାରେ ଧରିବାକୁ ସକ୍ଷମ ହୋଇଥିବା ବେଳେ ଗାଡ଼ିର ଡ଼୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ତେବେ ମୃତ ବାଇକ ଆରୋହୀ ଙ୍କ ପରିଚୟ ମିଳିପାରିନାହିଁ।




Post a Comment

أحدث أقدم
Header ADS