Header ADS

ନୀଳଗିରି ଏନ୍‍ଏସି ଅଧିକାରୀଙ୍କ ବିରୋଧରେ ଜିଲାପାଳଙ୍କୁ ଚିଠି ଲେଖିଲେ ଏନ୍‍ଏସି ଅଧ୍ୟକ୍ଷା ଅମ୍ବିକା ଦାସ।


ନୀଳଗିରି, ୩୦/୭ (ଓଡ଼ିଶା ଆଦର୍ଶ) ନୀଳଗିରି ଏନ୍‍ଏସି ଅଧିକାରୀଙ୍କ ବିରୋଧରେ ବାଲେଶ୍ୱର ଜିଲାପାଳଙ୍କୁ ଏନ୍‍ଏସି ଅଧ୍ୟକ୍ଷା ଚିଠି ଲେଖିବା ଘଟଣା ସମ୍ପ୍ରତି ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି । ସ୍ଥାନୀୟ ଏନ୍‍ଏସିରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ ସହରାଞ୍ଚଳରେ ଜନକଲ୍ୟାଣ କାର୍ଯ୍ୟରେ ବାଧା ଦେବା, ବିନା ସୂଚନାରେ ବହୁ ସମୟ ଅଫିସରେ ଅନୁପସ୍ଥିତ ରହିବା, ଖରାଦିନେ ଏନଏସିର ବିଭିନ୍ନ ସ୍ଥାନରେ ଜଳ ବଣ୍ଟନ କରିଥିବା ବ୍ୟକ୍ତିଙ୍କୁ ସେମାନଙ୍କ ପ୍ରାପ୍ୟ ନଦେବା, ଏପରିକି ନୀଳଗିରି ଏନଏସି ଅଧୀନରେ କାର୍ଯ୍ୟ କରୁଥିବା ଠିକାଦାରମାନଙ୍କ ଲାଇସେନ୍ସକୁ ନବୀକରଣ କରିବା ଉପରେ ପଦକ୍ଷେପ ନେଉନଥିବା ଭଳି ଏକାଧିକ ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷା ଅମ୍ବିକା ଦାସ । ଏନେଇ ସେ ଉପରୋକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି । ଉପରୋକ୍ତ ଘଟଣାବଳୀ ମଧ୍ୟ ସେ ଜିଲାପାଳଙ୍କୁ ସ୍ୱତନ୍ତ୍ରଭାବେ ଅବଗତ କରାଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଉପରୋକ୍ତ ଅଭିଯୋଗ ସମ୍ପର୍କରେ ଏନଏସି ଅଧିକାରୀ ଶ୍ରୀ ଦାଶଙ୍କୁ ପଚରାଯିବାରୁ ସେ କୌଣସି ଅନିୟମିତତା କରୁନାହାଁନ୍ତି ବରଂ ତାଙ୍କ ବିରୋଧରେ କରାଯାଉଥିବା ଅଭିଯୋଗ ଗୁଡ଼ିକ ଭିତ୍ତିହୀନ ବୋଲି କହିବା ସହ ସେ ସରକାରୀ ନୀତିନିୟମ ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି ବୋଲି ଜଣାଇଛନ୍ତି ।

Post a Comment

أحدث أقدم
Header ADS