ବାହାନଗା, ୩୦/୭ (ଓଡ଼ିଶା ଆଦର୍ଶ) ନକଲି ବିଦେଶୀ ମଦ କାରଖାନା ଉପରେ ଚଢାଉ। ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ନୀଳକଣ୍ଠ ପୁରରେ ଅବକାରୀ ବିଭାଗ ଚଢାଉ କରିଛି। ଚଢାଉ ବେଳେ ଜଣେ ବ୍ୟକ୍ତିଙ୍କ ଘରୁ ୨ ଶହ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି।
ସୂଚନା ଅନୁଯାୟୀ, ବାହାନଗା ବ୍ଲକ ନୀଳକଣ୍ଠ ପୁରରେ ନକଲି ବିଦେଶୀ ମଦ କାରଖାନା ଚାଲିଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା।ଏହାପରେ ନୀଳକଣ୍ଠପୁର ଗାଁର ସୁବାଷ ନାୟକଙ୍କ ଘରେ ଚଢାଉ କରିଥିଲେ। ଚଢାଉ ବେଳେ ୨ ଶହ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି। ଏହା ସହ ନକଲି ମଦ ପ୍ରସ୍ତୁତ ପାଇଁ ବିଭିନ୍ନ ସରଞ୍ଜାମ ଠିପି, ଷ୍ଟିକର ଓ ବିଭିନ୍ନ ମଦ କମ୍ପାନୀର ପୁରୁଣା ମଦ ବୋତଲ ଜବତ ହୋଇଛି। ଅବକାରୀ ବିଭାଗ ଅଭିଯୁକ୍ତ ସୁବାଷକୁ ଗିରଫ କରିଛି। ସୁବାଷ ଏହି ମଦକୁ ସୋର ଅନନ୍ତପୁରର ସରକାରୀ ମଦ ଦୋକାନରେ ବିକ୍ରି କରୁଥିବା ଜଣାପଡ଼ିଛି।
ତେବେ ଅନନ୍ତପୁର ଠାରେ ଥିବା ସରକାରୀ ମଦ ଦୋକାନ ର ମାଲିକ ସୁମନ୍ତ ନାୟକ ଙ୍କ ଇସାରା ରେ ଏହି ନକଲି ମଦ ପ୍ରସ୍ତୁତ ହୋଇ ବଜାରରେ ଥିବା ମଦ ଦୋକାନ ରେ ବିକ୍ରି କରାଯାଉଥିବା ନେଇ ସୁଚନା ମିଳିଛି।
إرسال تعليق