Header ADS

ଭାଲୁକାଶୁଣୀ ପ୍ରାଥମିକ ବିଦ୍ୟାଳୟରେ "ଶିକ୍ଷା ସପ୍ତାହ" ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

 



ନୀଳଗିରି:୨୭/୦୭ (ଓଡ଼ିଶା ଆଦର୍ଶ) ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ "ଶିକ୍ଷା ସପ୍ତାହ" କାର୍ଯ୍ୟକ୍ରମ ବହୁ ଧୁମଧାମରେ ପାଳିତ ହେଉଥିବା ବେଳେ ଆଜି ରାଜ୍ୟ ସରକାରଙ୍କ ଅନୁମୋଦିତ "ଇକୋ କ୍ଲବ୍" ଯୋଜନା ମାଧ୍ୟମରେ ବିଦ୍ୟାଳୟ ଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥି ଅବସରରେ ନୀଳଗିରି ବ୍ଳକ୍ ଅନ୍ତର୍ଗତ ନରଣପୁର କ୍ଲଷ୍ଟର ଅଧିନରେ ଥିବା ଭାଲୁକାଶୁଣି ପ୍ରାଥମିକ ବିଦ୍ୟାଳୟରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ନେଇ ବୃକ୍ଷରୋପଣ କରାଯାଇଛି। ଏଥିରେ ନୀଳଗିରିର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାବୀର ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ବିଦ୍ଯାଧର ବାରିକଙ୍କ ସହଯୋଗ ରେ ୫୦ଟି ଫଳ ଏବଂ ଔଷଧୀୟ ବୃକ୍ଷ ବିଦ୍ୟାଳୟକୁ ଯୋଗାଇ ଦେଇଛନ୍ତି।

 ଏହା ସହିତ ବିଦ୍ୟାଳୟର ଶିକ୍ଷକ ଅକ୍ଷୟ କୁମାର ଦାସ ବୃକ୍ଷ ମାନଙ୍କର ଉପକାରିତା ଉପରେ ପିଲାମାନଙ୍କୁ ଅବଗତ କରିବା ସହିତ ମହାବୀର ଫାଉଣ୍ଡେସନ ଟ୍ରଷ୍ଟ ର କର୍ମକର୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେନ୍ଦ୍ର ଜେନାଙ୍କ ସମେତ ଶିକ୍ଷକ ଘାସିରାମ ପୁର୍ତ୍ତୀ ଓ କୁନିକୁନି ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଶେଷରେ ଶିକ୍ଷକ ଶ୍ରୀଯୁକ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

أحدث أقدم
Header ADS