Header ADS

ପଶ୍ଚିମ କାଳୀ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ



ଚକାପାଦ,୨୬/୭ (ବାଳକୃଷ୍ଣ କହ୍ନର) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ଠାରେ ଥିବା ପଶ୍ଚିମକାଳୀ ଓ ସୂର୍ଯ୍ୟକାଳୀ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ପାଟଭୂକତା ବିମଳ କିଶୋର ମହାପାତ୍ର, ପାଟ ଦଣ୍ଡୁଆ ଲମ୍ବୋଦର ପାତ୍ର, ପାଣି ଦଣ୍ଡୁଆ ବିଷ୍ଟନୁ ପ୍ରସାଦ ପାତ୍ର ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ ! 

ଏହି ଉତ୍ସବ ତିନି ଦିନ ଧରି ବହୁ ଧୁମ୍ ଧାମରେ ଚାଲିଥିବା ବେଳେ କୁଟୀବାରୀ, ରତଙ୍ଗ, ଡାମି, ଲଦା, କାଦୁପଦାର, ଡ଼ଙ୍ଗରପଡା ମୌଜା କୁ ନେଇ ଅନୁଷ୍ଠିତ ହୋଇଥିଲା ! ଏହି ଉତ୍ସବ କୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତର ରୁ ଶହ ଶହ ଭକ୍ତ ମାନେ ଆସି ନଦିଆ କୀର୍ତ୍ତନ କରିବା ସହ ଭଗବାନ ଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା ଲାଭ କରିଥିଲେ ! ଶେଷ ଦିନରେ ରତ୍ନ ମୁଦ କାର୍ଯ୍ଯ ସମ୍ପନ୍ନ ହୋଇଥିଲା ପରେ ଅର୍ଣ୍ଣ ପ୍ରସାଦ ସେବନ ବ୍ୟବସ୍ଥା କରଯାଇଥିଲା।

Post a Comment

أحدث أقدم
Header ADS