Header ADS

ଭଲ ଫସଲ ପାଇଁ ଅମିନ କନ୍ଥ ଠାରେ ଗିରିପୂଜା ଏବଂ ଯଜ୍ଞ କଲେ ମଲ୍ୟାଣି ଗ୍ରାମବାସୀ

 



ନୀଳଗିରି,୨୮/୭ (ଓଡ଼ିଶା ଆଦର୍ଶ) ଚଳିତ ବର୍ଷ ବର୍ଷାର ଅଭାବ ହେତୁ ଧାନ ଚାଷ କାର୍ଯ୍ୟ ବିଳମ୍ବରେ ହେଉଛି। ମୌସୁମୀ ପ୍ରଭାବରେ ବର୍ଷା ହେଉଛି ହେଲେ ଧାନ ବିଲରେ ଯଥେଷ୍ଟ ପରିମାଣରେ ଜଳ ସଂରକ୍ଷିତ ହେଉ ନ ଥିବାରୁ ଚାଷୀ ଚାଷ କାର୍ଯ୍ଯ ବିଳମ୍ବରେ ଆରମ୍ଭ କରୁଛି। କେହି କେହି ଚାଷୀ ଭଗବାନ ଙ୍କୁ ସ୍ମରଣ କରୁଛି ତ ପୁଣି କିଏ ଚାଷୀ ଇନ୍ଦ୍ରଙ୍କୁ ବର୍ଷା ହେବା ପାଇଁ ସ୍ମରଣ କରୁଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜମୁଡ଼ିହା ପଞ୍ଚାୟତ ମଲ୍ୟାଣୀ ଗ୍ରାମରେ ଆଜି ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ। ଅତୀତରେ ବର୍ଷା ର ପରିମାଣ କମ୍ ହେଉଥିବାରୁ ଉତ୍ତମ ଫସଲ ପାଇଁ ଗ୍ରାମବାସୀ ମାନେ ସ୍ୱର୍ଣ୍ଣଚୁଡ ପାଦ ଦେଶରେ ଥିବା ଅମିନ କନ୍ଥ ଠାରେ  ମା ସୁନ୍ଦୁରାଶୁଣି ଠାକୁରାଣୀ ଙ୍କ ପିଠ ରେ ଗିରି ପୂଜା ଓ ଯଜ୍ଞ ଆଦି କରିଥାନ୍ତି ।

 ଚଳିତ ବର୍ଷ ମଧ୍ଯ ଏହି ପରମ୍ପରା ଅନୁଯାୟୀ ଆଜି ସକାଳେ ଗ୍ରାମର ସମସ୍ତ ଚାଷୀ ଏକତ୍ରିତ ହୋଇ ଏହି ଅମିନ କନ୍ଥ ଠାରେ ମା ସୁନ୍ଦୁରାଶୁଣି ଠାକୁରାଣୀ ଙ୍କ ପିଠ ରେ ଗିରି ପୂଜା ଏବଂ ଯଜ୍ଞ ର ଆୟଜନ କରଯାଇଥିଲା । ଏହି ଯଜ୍ଞ ଦ୍ଵାରା ଚଳିତ ବର୍ଷ ବର୍ଷା ର ପରିମାଣ ବଢିବା ସହିତ ଉତ୍ତମ ଫସଲ ହେବା ନେ଼ଇ ଆଶା ରଖିଛନ୍ତି ମାଲ୍ୟାଣୀ ଗ୍ରାମବାସୀ। ଏହି ଗିରିପୂଜା ଓ ଯଜ୍ଞ ଅବସରରେ ମଲ୍ୟାଣୀ ଗ୍ରାମର ସମସ୍ତ ଗ୍ରାମବାସୀ ଓ ଚାଷୀ ଉପସ୍ଥିତ ରହି ପୂଜାର୍ଚ୍ଚନା କରିବା ସହିତ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିବା ଦେଖିବାକୁ ମିଳିଛି।

Post a Comment

أحدث أقدم
Header ADS