Header ADS

୨୦୧୮ ମସିହାରୁ ବନ୍ଧ ଥିବା ଆନନ୍ଦ ବଜାର ବାଇଶି ପାହାଚ ଦ୍ଵାର ଖଲିଲା।

 



ଡ଼ିଶା ଆଦର୍ଶ ବ୍ୟୁରୋ,୨୮/୭ - ଶ୍ରୀ ମନ୍ଦିର ଆନନ୍ଦବଜାର ବାଇଶିପାହାଚ ଦ୍ବାର ଆଜି ଭକ୍ତ ଓ ସେବାୟତଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି। ପ୍ରଶାସନିକ ନିଷ୍ପତ୍ତିକ୍ରମେ ଗ ୮ ବର୍ଷ ଧରି ତାଲା ପଡ଼ିରହିଥିବା ଏହି ଦ୍ବାରରୁ ଆଜି ତାଲା ଖୋଲାଯାଇଛି। ଯାହା ଭକ୍ତ ଓ ସେବାୟତଙ୍କ ମହାପ୍ରସାଦ ନେବା ଆଣିବା ବ୍ୟବସ୍ଥାକୁ ସହଜ କରିଛି। ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ।

ଶ୍ରୀମନ୍ଦିର ଆନନ୍ଦବଜାର ଆରମ୍ଭରୁ ରହିଥିଲା ଏହି ବାଇଶିପାହାଚ ଦ୍ବାର। ଯେଉଁ ଭକ୍ତମାନେ କେବଳ ମହାପ୍ରସାଦ ଆଣିବାକୁ ଯାଉଥିଲେ, ସେମାନେ ସିଂହଦ୍ବାର ବାଇଶିପାହାଚ ଦେଇ ପ୍ରବେଶ ବେଳେ ଭିତର ବେଢ଼ାକୁ ନ ଯାଇ ବାଇଶିପାହାଚରୁ ସିଧାସଳଖ ଆନନ୍ଦବଜାରକୁ ପ୍ରବେଶ କରୁଥିଲେ। ଫଳରେ ଶ୍ରୀମନ୍ଦିର ଭିତର ଭିଡ଼ ସେତେଟା ହେଉନଥିଲା। କିନ୍ତୁ ଧାଡ଼ି ଦର୍ଶନ ଆଳରେ ପୁଲିସ ପ୍ରଶାସନର ପରାମର୍ଶକ୍ରମେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ୨୦୧୮ ମସିହାରେ ଏହି ଦ୍ବାରରେ ତାଲା ପକାଇ ଦିଆଯାଇଥିଲା। ପରେ କେବଳ ସିଂହଦ୍ବାରରେ ଭକ୍ତଙ୍କୁ ଛଡ଼ାଯାଇଥିଲା। ଅନ୍ୟ ତିନିଦ୍ବାରରେ ଭକ୍ତଙ୍କୁ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା। 

ଏଣୁ ଯେଉଁ ଭକ୍ତମାନେ ମହାପ୍ରସାଦ ଆଣିବାକୁ ଯାଉଥିଲେ, ସେମାନଙ୍କୁ ଶ୍ରୀମନ୍ଦିର ଭିତର ବେଢ଼ାକୁ ଯାଇ ଆନନ୍ଦବଜାରକୁ ଯିବାକୁ ପଡ଼ୁଥିଲା। ନଚେତ ଦଲାଲଙ୍କ ଶୋଷଣର ଶିକାର ହେବାକୁ ପଡ଼ୁଥିଲା। ବହୁଦିନର ଦାବି ପରେ ଶେଷରେ ଆଜି ଏହି ଦ୍ବାରକୁ ଖୋଲି ଦିଆଯାଇଛି। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ବାଇଶିପାହାଚ ଦ୍ବାର ଖୋଲିବା ନିଷ୍ପତ୍ତି, ଏକ ବଡ଼ ନିଷ୍ପତ୍ତି। ୮ ବର୍ଷ ହେଲା ବନ୍ଦ ରହିଥିବା ବାଇଶିପାହାଚ ଦ୍ବାର ଖୋଲାଯିବା ନିଷ୍ପତ୍ତି ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭକ୍ତ ଓ ସେବାୟତଙ୍କ ସୁବିଧା ପ୍ରତି ସମ୍ବେଦନଶୀଳ ଥିବା ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାସୁଆର କହିଛନ୍ତି।

Post a Comment

أحدث أقدم
Header ADS