ଜଳେଶ୍ୱର, ୦୩/୧୧:- (ଜ୍ୟୋତ୍ସ୍ନା ଗୋଛାୟତ) ଜଳେଶ୍ବର ନିର୍ବାଚନ ମଣ୍ଡଳୀର ରାଜଘାଟ ବାରୁଣୀ ପଡ଼ିଆ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ଜଳେଶ୍ୱର କଂଗ୍ରେସ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଦଳକୁ ଫେରିଥିବା ପୂର୍ବତନ ବିଧାୟକ ଶ୍ରୀ ଦେବୀ ଚାନ୍ଦ, ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ସୁମିତ୍ରା ଦାସ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ମାନସ ଦାସ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆ ଯିବା ସହିତ ସୁଗୋ ପଞ୍ଚାୟତର ଯୁବ ନେତା ବାପି ରାଜଙ୍କୁ ଦଳରେ ସାମିଲ କରା ଯାଇଥିଲା l ଜଳେଶ୍ଵରର କଂଗ୍ରେସ ନେତା ତଥା ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ସଭାପତି "ମୁଁ ନୁହଁ, ଆମେ" ହେବ ଦଳର ନରା ଓ ଏକାଠି ହୋଇ ସମସ୍ତେ ଲଢ଼ିବା ହେବ ଦଳର ରଣ କୌଶଳ ଜଳେଶ୍ଵର ରେ ବିଜେଡି ଓ ବିଜେପିକୁ ପରାସ୍ତ କରିବା ପାଇଁ ସମସ୍ତ କର୍ମୀ ଏକାଠି ହୋଇ ଲଢ଼ିବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ l ବସ୍ତା ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା, ଜଳେଶ୍ଵର ବ୍ଲକ କଂଗ୍ରେସ ସଭାପତି ରାଜିବ ପରିଡ଼ା, ଟାଉନ କଂଗ୍ରେସ ସଭାପତି ଶ୍ରୀ ଗିରିଜା ଶଙ୍କର ଦାସ, ବରିଷ୍ଟ କଂଗ୍ରେସ ନେତା ସତ୍ୟ ସୁନ୍ଦର ଦାସ , କିଶାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଜେନା ଓ ହେମନ୍ତ ଗିରି, ଜିଲ୍ଲା ଉପସଭାପତି ନଗେନ୍ଦ୍ର ସିଂହ , ମନୋଜ ମହାନ୍ତି ଓ ସୁକୁମାର ଘୋଷ, ଆର ଜି ପି ଆର ଏସର ସଭାପତି ପଦ୍ମଲୋଚନ ବେହେରା, ମହିଳା ନେତ୍ରୀ ଅଞ୍ଜଳି ପ୍ରଧାନ, ରାଧାରାଣୀ ପାତ୍ର, ଛାତ୍ର କଂଗ୍ରେସ ସଭାପତି ଜଗନ୍ନାଥ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇ ଦଳକୁ ଜଳେଶ୍ଵରରେ ମଜଭୁତ କରିବା ପାଇଁ ପରାମର୍ଶ ଦେଇ ଥିଲେ l ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ଯାଇ ଶ୍ରୀ ଦେବୀ ଚଣ୍ଡ କହିଲେ ଯେ ଗତ ନିର୍ବାଚନ ସମୟରେ ମୁଁ ଦଳ ଛାଡ଼ିବା ଏକ ଭୂଲ ଥିଲା ଏବଂ ଏବେ ମୁଁ ଦଳର ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିବି ବୋଲି କହିଥିଲେ l ଶେଷରେ ଜିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀ ରବୀନ୍ଦ୍ର ଭଞ୍ଜ ଧନ୍ୟବାଦ ଦେଇଥିଲେ l
إرسال تعليق