Header ADS

ବିଶିଷ୍ଚ ଜନନାୟକ ସୁଧାଂଶୁ ଶେଖର ଆଚାର୍ଯ୍ୟଙ୍କ ପରଲୋକ।ବିଦ୍ୟାଳୟରେ ଶୋକ ପାଳନ।

 


ଜଳେଶ୍ବର, ୩/୧୧ :- (ଜ୍ୟୋତ୍ସ୍ନା ଗୋଛାୟତ) ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ, ପୂର୍ବତନ ସରପଞ୍ଚ, ଜଳେଶ୍ୱର ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟାକ୍ଷ ତଥା ଖୁଲୁଡ଼ା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ଅନ୍ୟତମ ପ୍ରତିଷ୍ଠାତା ଓ ବିଭିନ୍ନ ଅନୁଷ୍ଠାନର ଜନକ ସ୍ବର୍ଗତ ଶୁଧାଂଶୁ ଶେଖର ଆଚାର୍ଯ୍ୟ ମହୋଦୟ ଗତକାଲି ରାତି ୧୦ଟା ୧୦ମିନିଟ ସମୟରେ ଇହଧାମ ତ୍ୟାଗ କରିଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୯୬ବର୍ଷ ହୋଇଥିଲା।ତାଙ୍କର ମୃତ୍ୟୁ ସମୟରେ ପୁତ୍ର ଜ୍ୟୋତିର୍ମୟ ଆଚାର୍ଯ୍ୟ, ସତ୍ୟମୟ ଆଚାର୍ଯ୍ୟ, ଚନ୍ଦ୍ରଶେଖର ଆଚାର୍ଯ୍ୟ ଓ ସତ୍ୟଜିତ ଆଚାର୍ଯ୍ୟ ଓ ପୁତ୍ରବଧୂ ତଥା ଝିଅ ଜ୍ୱାଇଁ ନାତି ନାତୁଣୀ ଉପସ୍ଥିତ ଥିଲେ।ଏହି ଅବସରରେ ଖୁଲୁଡ଼ା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ପ୍ରଧାନ ଶିକ୍ଷକ ଡ଼ଃ ଅଜିତ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଏକ ଶୋକ ସଭା ପାଳନ କରା ଯାଇଥିଲା।ଏହି ଅବସରରେ ଡ଼ଃ ମହାନ୍ତି ସ୍ବର୍ଗତ ସୁଧାଂଶୁ ଶେଖର ଆଚାର୍ଯ୍ୟ କିପରି ଜଣେ ମଣିଷ ତିଆରି କାରଖାନାର ଅନ୍ୟତମ କର୍ଣ୍ଣଧାର ତଥା ପୌଷ ଆକାଶର ତୋଫା ଜହ୍ନ ଓ ଆମ ସୁବର୍ଣ୍ଣରେଖାର ସୁନାମୁଖୀ ବାଲିପଠାର କାଶତଣ୍ଡୀ ଫୁଲ ଭଳି ଶୁଭ୍ର ବଳିଷ୍ଠ ବ୍ୟକ୍ତିତ୍ବ ତାହା ବିଷୟରେ ଆଲୋକପାତ କରାଇଥିଲେ। ସେ  ଆହୁରି ମଧ୍ୟ କହିଥିଲେ କି ସ୍ବର୍ଗତ ସୁଧାଂଶୁ ଶେଖର ଆଚାର୍ଯ୍ୟ ମହୋଦୟ ଜଣେ ଛଳହୀନ କୂଟ କପଟଶୁନ୍ୟ ଓ ବିଶୁଦ୍ଧ ଆନ୍ତରିକତା ରେ ଭରପୁର ମାନଚିତ୍ର।ଅକୁଣ୍ଠ ଭଲପାଇବା ଓ ଅକାର୍ପଣ୍ୟ ସେବା ତାଙ୍କ ଜୀବନକୁ କରିଛି ଭୂମିରୁ ଭୂମା ପର୍ଯ୍ୟନ୍ତ ପରିବ୍ୟାପ୍ତ। ପ୍ରସୂନର ପ୍ରଫୁଲ୍ଲିତ କୋମଳତା, ଝରଣାର ରମ୍ୟ ନମଣୀୟତା ଓ ମୂର୍ତ୍ତିକାର ମମତାମୟୀ ମାତୃତ୍ୱ ଭରା ମହନୀୟତା ରେ ସେ ଛିଡ଼ା କରିଥିଲେ। କୋଣ ଅନୁକୋଣରେ ଉପମନ୍ୟୁ ଓ ନଚିକେତା ମାନଙ୍କୁ ବିଶମ୍ବର ଆଚାର୍ଯ୍ୟ, ଅଞ୍ଜନ କୁମାର ପ୍ରଧାନ, ମୌସୁମୀ ଗୁପ୍ତା, ଦୀପକ ଦାସ, କମଳା କାନ୍ତ ସାମଲ, ସଂଜୀବ ଗିରି, ସଂଜୟ କୁମାର ପାକଳ, ଅଧ୍ୟାପକ ତନୁଜ କୁମାର ହୁଈ ପ୍ରମୁଖ ଉପସ୍ଥିତ ହୋଇ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ।ଶେଷରେ ଆଜି ଭଳି ପରିବେଶରେ ସମସ୍ତେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସଭା ସାଙ୍ଗ କରିଥିଲେ।

Post a Comment

أحدث أقدم
Header ADS