Header ADS

ଜଳେଶ୍ୱର ସହରରେ ସ୍ଥାୟୀ କୋର୍ଟ ପ୍ରତିଷ୍ଠା ଲାଗି ସମ୍ବାଦିକ ସମ୍ମିଳନୀ

 


ଜଳେଶ୍ୱର, ୩/୧୧ :- (ଜ୍ୟୋତ୍ସ୍ନା ଗୋଛାୟତ) ପୂର୍ବରୁ ଜଳେଶ୍ୱରରେ ଥିବା କୋର୍ଟ ଗୁଡିକ ଏବେ ୬୦ନଂ ଜାତୀୟ ରାଜପଥର ଟୋଲପ୍ଲାଜା ଅନତୀ ଦୂରରେ କାର୍ଯ୍ୟ କରି ଆସୁଥିବା ବେଳେ ସେଠାରେ ସ୍ଥାୟୀ କୋର୍ଟ ନିମନ୍ତେ ଶିଳାନ୍ୟାସ ହେବାକୁ ଯାଉଛି । ଗତ କିଛିଦିନ ତଳେ ବାଲେଶ୍ୱର ଜିଲା ଜଜ୍ ଜଳେଶ୍ୱର ଗସ୍ତରେ ଆସି ଏ ସଂପର୍କରେ ସୂଚନା ଦେଇଥିବା ସମ୍ବାଦଦାତା ସମ୍ମିଳନୀରେ କୁହାଯାଇଛି । ଗତ ୧୭-୧୧-୨୦ ଠାରୁ ଅସ୍ଥାୟୀଭାବେ ଜଳେଶ୍ୱର କୋର୍ଟ ବାଣିଜ୍ୟକର ବିଭାଗର ପୁରୁଣା କୋଠାରେ କାର୍ଯ୍ୟ କରି ଆସୁଛି । ଏଠାକୁ ଗମାନାଗମନ ଲାଗି ଜନସାଧାରଣ,ଆଇନଜୀବୀ, ମହୋରର, ମହକିଲ, କର୍ମଚାରୀ ଓ ହାକିମ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଜଳେଶ୍ୱର ସହରରେ ସ୍ଥାୟୀ କୋର୍ଟ ନିର୍ମାଣଲାଗି ସମ୍ବାଦଦାତା ସମ୍ମିଳନୀରେ ସିତାଂଶୁ ସେନାପତି, ଆଇନଜୀବୀ ଜିତାଂଶୁ ନନ୍ଦି, ପୂର୍ବତନ ବିଧାୟକ ଦେବିପ୍ରଶନ୍ନ ଚନ୍ଦ, ଅଶୋକ କୁମାର ଜେନା, ସୁବ୍ରତ ବେରା, ଦିଲ୍ଲିପ ଗିରି ପ୍ରମୁଖ ଦାବି କରିଛନ୍ତି । ଏହି ସ୍ଥାନାନ୍ତର ନେଇ ଏନଜିଟିରେ ମାମଲା ଥିବାରୁ ଜିଲା ଜଜ୍ ଜଳେଶ୍ୱର ସିଭିଲ ଜଜ୍ ଏହାର ବିଚାର ଦାୟିତ୍ୱ ଦେଇଛନ୍ତି । ତେଣୁ ଅସ୍ଥାୟୀ ସ୍ଥାନରେ ସ୍ଥାୟୀ ଭିତ୍ତି ପ୍ରସ୍ଥର ନ କରିବାକୁ ନିବେଦନ କରି ଆଜି ଏହି ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇଥିଲା । ଏହି ମାମଲାରେ ୧୧ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବା ବେଳେ କମିଶନ ଅଫ କମରସିଆଲ ଟେକ୍ସେସ୍ ଓ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ହାଜର ହୋଇଥିଲେ । ଅସ୍ଥାୟୀ ଜାଗାରେ ସ୍ଥାୟୀ ଗୃହ ନିର୍ମାଣ ହେଲେ ଜଳେଶ୍ୱରର ବହୁ ବ୍ୟକ୍ତି ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।

Post a Comment

أحدث أقدم
Header ADS