Header ADS

ବୃଦ୍ଧାଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୩ ପଞ୍ଚାୟତ ଅଧିକାରୀ ଗିରଫ

ବୃଦ୍ଧାଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୩ ପଞ୍ଚାୟତ ଅଧିକାରୀ ଗିରଫ



ବାଲେଶ୍ଵର,୮/୯(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ବୃଦ୍ଧାଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୩ ଜଣ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।ଗିରଫ ଅଭିଯୁକ୍ତମାନେ ହେଲେ କଖରା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁବ୍ରତ କୁମାର ପତି, କୁମ୍ଭାରମୁଳି ଗ୍ରାମପଞ୍ଚାୟତର ପୂର୍ବତନ ପିଇଓ ଚିତ୍ତରଞ୍ଜନ ବାଗସିଂ ଏବଂ ଜଳେଶ୍ୱରପୁର ଗ୍ରାମପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର ଗୌତମ ଦଳାଇ।ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ୨୦୨୨ରୁ ୨୦୨୫ ମଧ୍ୟରେ ବୃଦ୍ଧ ହିତାଧିକାରୀଙ୍କୁ ମାସିକ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ ପାଇଁ ଭୋଗରାଇ ବିଡିଓ କାର୍ଯ୍ୟାଳୟରୁ ଅଭିଯୁକ୍ତମାନେ ଅଗ୍ରିମ ଟଙ୍କା ଉଠାଉଥିଲେ।ତେବେ ଭତ୍ତା ବଣ୍ଟନ ପରେ ବଳକା ଟଙ୍କା ଫେରସ୍ତ କିମ୍ବା ହିସାବ ନଦେଇ ମୋଟ ୧୬ ଲକ୍ଷ ୭୬ ହଜାର ୫୦୦ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୨/୨୦୨୬ ରୁଜୁ ହୋଇଛି। ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଛି।ଘଟଣାର ତଦନ୍ତ ଜାରି ରହିଛି।

Post a Comment

Previous Post Next Post
Header ADS