ନୀଳଗିରି କଂଗ୍ରେସ ପକ୍ଷରୁ ସ୍ବର୍ଗତ ଗଣେଶ୍ୱର ବେହେରାଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା
ନୀଳଗିରି, ୦୭/୦୯(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଲକ କଂଗ୍ରେସ ପକ୍ଷରୁ ଅବିଭକ୍ତ ବରହମ୍ପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବଣସୀମା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ଗଣେଶ୍ୱର ବେହେରାଙ୍କ ପ୍ରଥମ ବାର୍ଷିକୀ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ନୀଳଗିରି ବ୍ଲକ କଂଗ୍ରେସ ସଭାପତି ତପନ କୁମାର ରାଉତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଧୂପଦୀପ ପ୍ରଜ୍ୱଳନ କରାଯାଇଥିଲା। ପରିବାରବର୍ଗ, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ ଓ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ସ୍ବର୍ଗତ ବେହେରାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଏହି ଅବସରରେ ତାଙ୍କ ପୁତ୍ର, ପୁତ୍ରବଧୂ, ଝିଅ, ଜ୍ୱାଇଁ ଓ ଧର୍ମପତ୍ନୀ ମଧ୍ୟ ଅର୍ଘ୍ୟ ପ୍ରଦାନ କରି ସ୍ବର୍ଗତ ବେହେରାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ।ପରେ ନୀଳଗିରି କଂଗ୍ରେସ ସଭାପତି ତପନ କୁମାର ରାଉତଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ଉପସଭାପତି ରାମକୃଷ୍ଣ ଜେନା, ନୀଳଗିରି ନଗର ସଭାପତି ଉପେନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ଯୋଗେଶ୍ୱର ବେହେରା, ଯଶୋଦା ନନ୍ଦନ ସିଂହ, ଜିଲ୍ଲା କଂଗ୍ରେସ ସମ୍ପାଦକ ରାହାସ ବିହାରୀ ମହାପାତ୍ରଙ୍କ ସମେତ ବିଭିନ୍ନ ପଞ୍ଚାୟତର କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ।ଏଥିରେ ଧରମପୁର ଗ୍ରାମ ପଞ୍ଚାୟତ କଂଗ୍ରେସ ସଭାପତି ସନ୍ତୋଷ ବେହେରା, ଗରଡିହି ଜିପି କଂଗ୍ରେସ ସଭାପତି ଚୈତନ୍ୟ ନାୟକ, ବ୍ଲକ କଂଗ୍ରେସ ଉପସଭାପତି ପିତାମ୍ବର ମିଶ୍ର ଓ ସୁରେନ୍ଦ୍ର ଦାସଙ୍କ ସମେତ ବ୍ରଜମୋହନ ବାଗ, କୈଳାଶ ପାତ୍ର, ରତିକାନ୍ତ ବେହେରା, ଜୟନ୍ତ ମଲ୍ଲିକ, ମିଟୁ ବିନ୍ଧାଣି, ଦିଲ୍ଲୀପ ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ଗଣେଶ୍ୱର ବେହେରାଙ୍କ ସ୍ମୃତିଚାରଣ କରିଥିଲେ।ସ୍ବର୍ଗତ ବେହେରାଙ୍କ ଜନସେବା, ସାମାଜିକ କାର୍ଯ୍ୟ ଓ କଂଗ୍ରେସ ସଂଗଠନ ପ୍ରତି ତାଙ୍କର ଅବଦାନକୁ ମନେ ପକାଇ ଉପସ୍ଥିତ ନେତା ଓ କର୍ମୀମାନେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।



Post a Comment