କାଠ ଭର୍ତ୍ତି ପିକଅପ୍ ଜବତ କଲା ବନବିଭାଗ
ନୀଳଗିରି,୨୧/୯(ଓଡ଼ିଶା ଆଦର୍ଶ): ଗତ କାଲି ଅମ୍ବାଝର ଗ୍ରାମରେ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ବେଆଇନ ଭାବେ ଜାଳେଣି କାଠ ପରିବହନ ହେଉଥିବା ନେଇ ବିଶ୍ୱସନୀୟ ସୂଚନା ପାଇବା ପରେ କୁଳଡ଼ିହା ବନ୍ୟପ୍ରାଣୀ ରେଞ୍ଜର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। ବନ ବିଭାଗର କର୍ମଚାରୀମାନେ ଗାଡ଼ି ନିକଟକୁ ଯିବା ସମୟରେ ଚାଳକ ଦୂରରୁ ବନ କର୍ମଚାରୀଙ୍କୁ ଦେଖି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଟେଣ୍ଡା ବନ୍ୟପ୍ରାଣୀ ବିଟ୍ର ଫରେଷ୍ଟ ଗାର୍ଡ ଶ୍ରୀ ରାକେଶ କୁମାର ବାରିକ ଘଟଣାସ୍ଥଳରୁ ପିକ୍ଅପ୍ ଭ୍ୟାନ୍ ସହିତ ଏଥିରେ ଲୋଡ୍ ହୋଇଥିବା ଜାଳେଣି କାଠକୁ ଜବତ କରିଥିଲେ। କୌଣସି ବୈଧ ଅନୁମତି କିମ୍ବା ପ୍ରାଧିକାର ବିନା ଜାଳେଣି କାଠ ପରିବହନ କରାଯାଉଥିଲା। ଜବତ ହୋଇଥିବା ଗାଡ଼ି ଓ ଜାଳେଣି କାଠକୁ କୁଳଡ଼ିହା ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇ ସୁରକ୍ଷିତ ହେପାଜତରେ ରଖାଯାଇଛି। ଏହି ଘଟଣା ସମ୍ପର୍କରେ U.D. Case No. 04K of 2026-27 ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।



Post a Comment