ସ୍ଵର୍ଗଦ୍ଵାରରେ କାଠ ର ଅଭାବ, ଶବ ସଂସ୍କାର ନହୋଇ ଘଣ୍ଟା ଘଣ୍ଟା ଧରି ପଡିରହିଛି।
ସ୍ଵର୍ଗଦ୍ଵାର ପରିଚାଳନା ବଡ଼ ତ୍ରୁଟି
ମଙ୍ଗଳବାର ଦିନ ଭୋର ୫ଟାରୁ ମୃତ ଦେହ ମାନ ଆସିଥିବାବେଳେ କାଠ ର ଅଭାବ ଯୋଗୁ ଦିନ ୯ଟା ପରେ ଶବଦାହ କରାଯାଇଥିଲା। ମୃତଦେହ ସହିତ ଆସିଥିବା ପ୍ରିୟପରିଜନ ମାନେ ଗଭୀର ଅ ସୋନ୍ତୋଷ ପ୍ରକାଶ କରିଥିଲେ। ଗୋଟିଏ ଗୋଟିଏ ଶବ ଦାହ ପାଇଁ ଦେଢ଼ କୁଇଣ୍ଟlଲ କାଠ ର ଆବଶ୍ୟକ ଥିବାବେଳେ କାଠ ର ଅଭାବକୁ ନେଇ ଚିନ୍ତାରେ ପଡ଼ିଥିଲେ ମୃତକ ଙ୍କ ସମ୍ପର୍କୀୟ। ଏହି ଭଳି ଅଚଳା ଅବସ୍ଥା ସୃଷ୍ଟି ହେବାପରେ ୧୨କୁଇଣ୍ଟାଲ କାଠ ଅଣାଯାଇଥିଲା। ପୁରୀ ସ୍ୱର୍ଗଦ୍ୱାର କାଠ ସମସ୍ୟା ର ମୁଖ୍ୟ କାରଣ - ପ୍ରତିଦିନ ଏକ ଶହରୁ ଊର୍ଦ୍ଧ୍ବ ଶବ ଆସୁଥିବା ରୁ କାଠ ର ଚାହିଦା ଦୁଇଗୁଣୀତ ହୋଇଛି। ଓଡ଼ିଶାର ଜଙ୍ଗଲ ଉନ୍ନୟନ୍ ନିଗମ (ofdc) ଏବଂ ପ୍ରଶାସନ ପକ୍ଷରୁ ସମୟ ମୁତାବକ କାଠ ମହଯୁଦ ନ ରହିବାରୁ ଶବ ଦାହ କରିବାରେ ବାଧା ସୃଷ୍ଟି ହେଉଛି। କାଠ ଉପରେ ଚାପ କମାଇବା ପାଇଁ ବୈଦ୍ୟୁତିକ ଶବ ଦାହ ଓ ଅନ୍ୟ ବିକଳ୍ପ କରିବା ପାଇଁ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି। ସବୁଠୁ ବଡ କାରଣ ସ୍ୱର୍ଗଦ୍ଵାର ପରିଚାଳନାରେ ତ୍ରୁଟି। ପୁରୀ ସ୍ୱର୍ଗଦ୍ୱାର ପରିଚାଳନା କୁ ନେଇ ଦିନକୁ ଦିନ ବଢୁଛି ଅ ସନ୍ତୋଷ। ପରିଚାଳନାରେ ସମନ୍ୱୟହୀନତା , ପରିଷ୍କାର ପରିଚ୍ଛନ୍ନ ରେ ଅବନତି , ଅତିରିକ୍ତ ଅର୍ଥ ଦାବି ଭଳି ଅଭିଯୋଗ ସମ୍ମାନା କୁ ଆସୁଥିବା ବେଳେ ପରିଚାଳନା କମିଟି ର ପୁନହ ଗଠନ ପାଇଁ ଦାବି ହୋଇଛି। ତେବେ ସ୍ୱର୍ଗଦ୍ୱାରରେ ବାରମ୍ବାର ଦେଖାଯାଉଥିବା ଅବ୍ୟବସ୍ଥା କୁ ପ୍ରଶାସନ କେବେ ଗୁରୁତ୍ୱର ସହିତ ନେବ ଓ ନୂତନ ପରିଚାଳନା କମିଟି କେବେ ଗଠନ ହେବ ଏହା କୁ ନେଇ ସାଧାରଣ ଜନତା ଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ସଠିକ୍ ଭାବେ ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟ କରିବା ଏବଂ ଗାଁ ସ୍ମଶାନରେ ଶବ ଦାହ ପାଇଁ ସଚେତନତା ନ କଲେ ଆଗକୁ ଆହୁରି ସମସ୍ୟା ହେବବୋଲି ସାଧାରଣରେ ଆଲୋଚନା ହେଉଛି। ଜଙ୍ଗଲରେ କାଠ ର ଅଭାବ ହେତୁ ଏହାର ବିକଳ୍ପ ଉପାୟରେ ଶବ ଦାହ କରିବାପାଇଁ ପୁରୀ ପ୍ରଶାସନ ଚିନ୍ତାକରିବା ଦରକାର।



Post a Comment