ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା।
ନୀଳଗିରି,୫/୮(ଓଡ଼ିଶା ଆଦର୍ଶ):ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ନୀଳଗିରି ମଣ୍ଡଳ ପକ୍ଷରୁ ବୁଧବାର ଦିନ ନିଳଗିରି ବ୍ଲକ୍ ଗେଟ୍ ଆଗରେ ପ୍ରତିବାଦ ସଭା ଓ ଧାରଣା ଦେଇଛନ୍ତି। ବିଭିନ୍ନ ଦାବୀ ନେଇ ଏହି ଧାରଣା ଦିଆଯାଇଥିବା ବେଳେ ବିଦ୍ୟାଳୟ ମାନଙ୍କୁ ସରକାର ବର୍ଷ ବର୍ଷ ଧରି ଅନୁଦାନ ପ୍ରଦାନ କରୁନାହାନ୍ତି, ବ୍ରିଟିଶ୍ ସରକାର ଙ୍କ ସମୟରୁ ପ୍ରଚଳିତ ଶିକ୍ଷା କ୍ଷେତ୍ରରେ ଯୋଗ୍ୟ ଅନୁଷ୍ଠାନକୁ ଅନୁଦାନ ଦେବା ଓ ପରବର୍ତ୍ତୀ ସମୟରେ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକୁ ସରକାରୀକରଣ କରିବାରେ କେହି କେବେ କାଳ ବିଳମ୍ବ କରୁ ନ ଥିଲେ। ମାତ୍ର ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବାବେଳେ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ଭାଗ୍ୟ ଭବିଷ୍ୟତ କୁ ନେଇ ଖେଳ ଖେଳୁଛନ୍ତି। ସରକାର ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀ ଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହ ପେନ୍ସନ୍ ବ୍ୟବସ୍ଥା, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ, ଶୂନ୍ୟ ପଡ଼ିଥିବା ସ୍ଥାନରେ ଶିକ୍ଷକ ନିଯୁକ୍ତି, ୨୦୦୪ରୁ ୨୦୧୩ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ଛଅଟି ନେସନାଲ୍ ଇନକ୍ରିଟମେଣ୍ଟ ସହିତ ବରିଷ୍ଠତା ପ୍ରଦାନ, ନୂତନ ପେନସନ ପରିବର୍ତ୍ତେ ପୁରାତନ ସ୍କିମ୍ ର ପ୍ରଚଳନ, ଅବସର ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି କରାଯାଉ, ପ୍ରମୁଖ ଦାବୀ ନେଇ ଧାରଣା ଦେଇଥିଲେ। ନୀଳଗିରି ମଣ୍ଡଳର ସଭାପତି ସୁକାନ୍ତ କୁମାର ବେହେରା, ସମ୍ପାଦକ ରଞ୍ଜନ କୁମାର ଦାଶ, ସମେତ ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଧାରଣା ସ୍ଥଳରେ ନୀଳଗିରି ପୋଲିସ ଉପସ୍ଥିତ ଥିଲେ। ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ଓ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଆସନ୍ତା ୭ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।




Post a Comment