ନିଟ ପ୍ରଶ୍ନପତ୍ର ଲିକ ଓ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଠ୍ୟପୁସ୍ତକରେ ତ୍ରୁଟିର ପ୍ରତିବାଦ
ରାଜକନିକା ୭/୮(ଓଡ଼ିଶା ଆଦର୍ଶ):ସାରା ଦେଶରେ ନିଟ ପ୍ରଶ୍ନପତ୍ର ଲିକର ବିରୋଧ ସହ ପରୀକ୍ଷା ବ୍ୟବସ୍ଥାର ସୁଧାର ଆଣିବାକୁ ଦିଲ୍ଲୀର ଛାତ୍ର ଆନ୍ଦୋଳନକୁ ଦେଶରେ ଅଦ୍ଭୁତପୁର୍ବ ସମର୍ଥନ ମିଳିଥିଲା। ଜୁଲାଇ ୨୦ ତାରିଖରେ ଦିଲ୍ଲୀର ଯନ୍ତରମନ୍ତରର ଆନ୍ଦୋଳନ ସମୟରେ ପୁଲିସର ଲାଠିଚାର୍ଜ ଓ ବଳ ପ୍ରୟୋଗକୁ ନେଇ ବିବାଦ ଦେଖାଦେଇଛି। ଏହି ଘଟଣାକୁ ନେଇ ରାଜ୍ୟ ଯୁବ କଂଗ୍ରେସ ପ୍ରତିଵାଦକୁ ତୀବ୍ର କରିଛି। ସାରା ରାଜ୍ୟରେ ଯୁବ କଂଗ୍ରେସର କର୍ମକର୍ତ୍ତା ଦେଶର ପ୍ରଧାନମନ୍ତ୍ରୀଙ୍କ ବୋର୍ଡ ରେ ନରେନ୍ଦ୍ର ମୋଦିଙ୍କ ଫଟୋ ଉପରେ ଯୁବ କଂଗ୍ରେସର ଷ୍ଟିକର ଲଗାଇ ପ୍ରତିବାଦ ଜଣାଇଛି। ଯୁବ କଂଗ୍ରେସ ପକ୍ଷରୁ ଏଭଳି ପ୍ରତିବାଦ କରି ଦେଶର ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଭଵିଷ୍ୟତକୁ ନେଇ ଜଡିତ ପ୍ରଶ୍ନର ଜବାବ ମାଗିଛି। ଏଭଳି କେଳଙ୍କାରୀକୁ ପଦାକୁ ଆଣିବା ପରିଵର୍ତ୍ତେ ପ୍ରତିବାଦ କଲେ ଆନ୍ଦୋଳନକୁ ଦମନ କରିବା ବିରୁଦ୍ଧରେ ଛାତ୍ରୋ କା ଖୁନ.. ମୋଦି କା ହାଥ ନାମରେ ପୋଷ୍ଟର କରି କେନ୍ଦ୍ରାପଡ଼ା ଯୁବ କଂଗ୍ରେସ ପ୍ରତିବାଦର ନୂଆ ଏକ ଅଭିଯାନ ଆରମ୍ଭ କରିଛି।
ମୋଦିଙ୍କ ପ୍ରଚାର ବୋର୍ଡରେ ଛାତ୍ର କଂଗ୍ରେସ ର ଏଭଳି ଷ୍ଟିକର ଲଗାଇବାକୁ ବିରୋଧ କରି ଯୁବ କଂଗ୍ରେସ ନେତୃତ୍ବଙ୍କ ବିରୁଧରେ ଥାନାରେ ମାମଲା ମଧ୍ୟ କରାଯାଇଛି।ପ୍ରକାଶ ଯୋଗ୍ୟ ରାଜକନିକା ଥାନା ଅଧୀନ ଓଳା ଭର ତାରିଣୀ ଛକ ରେ ଥିବା ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ ହୋଡିଂ ରେ ଏହି ଷ୍ଟିକର ଲଗାଇବା ପରେ ରାଜନୈତକ ଛକା ପଂଝା ଲାଗି ରହିଛି।




Post a Comment