Header ADS

ବନ୍ୟା ସମସ୍ୟା କୁ ନେଇ ରାଜସ୍ୱମନ୍ତ୍ରୀ ସହ ଆଲୋଚନା କଲେ ସାଂସଦ ପ୍ରତାପ।

 ବନ୍ୟା ସମସ୍ୟା କୁ ନେଇ ରାଜସ୍ୱମନ୍ତ୍ରୀ ସହ ଆଲୋଚନା କଲେ ସାଂସଦ ପ୍ରତାପ।


ନୀଳଗିରି, ୮/୮(ଓଡ଼ିଶା ଆଦର୍ଶ):ବାଲେଶ୍ୱର ବନ୍ୟା ସମସ୍ୟାକୁ ନେଇ ରାଜସ୍ୱମନ୍ତ୍ରୀ ସହ ଆଲୋଚନା କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଶନିବାର ଭୁବନେଶ୍ୱର ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ସାକ୍ଷାତ କରି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ବିଶେଷକରି ଲ୍ୟାଣ୍ଡ ରେକର୍ଡର ଡିଜିଟାଲାଇଜେସନ୍, ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ପ୍ରତିକାର, ବାଲେଶ୍ୱର ଓ ମୟୁରଭଞ୍ଜ ପାଇଁ ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳୀ ନିର୍ମାଣ, ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ବର୍ଷାଜଳ ନିଷ୍କାସନ ପାଇଁ ପ୍ରପର ଡ୍ରେନେଜ୍ ସିଷ୍ଟମ୍ ନିର୍ମାଣ ଏବଂ ବାଲେଶ୍ୱରର ବନ୍ୟା ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ଆଦି ବିଷୟରେ ଆଲୋଚନା କରିଥିଲେ ସାଂସଦ ଶ୍ରୀଯୁକ୍ତ ଷଡଙ୍ଗୀ। ଏହି ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେମୁଣା ର ବିଧାୟକ ଶ୍ରୀଯୁକ୍ତ ଗୋଵିନ୍ଦ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ ଏଥି ସହ ବିଭିନ୍ନ ବିଷୟ ରେ ଆଲୋଚନା କରାଯାଇଥିଲା ଜନସାଧାରଣଙ୍କ ସୁରକ୍ଷା, ଜମିଜମା ସମ୍ବନ୍ଧୀୟ ସୁବିଧା ଏବଂ ବନ୍ୟାଜନିତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜସ୍ୱ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ସାଂସଦ।

Post a Comment

Previous Post Next Post
Header ADS